www.samajalive.in
Sunday, December 7, 2025
26.1 C
Bhubaneswar

ଏହି ବାସନରେ ଖାଦ୍ୟ ପ୍ରସ୍ତୁତ କରିବା ହୋଇଥାଏ ଉତ୍ତମ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଖାଦ୍ୟ ପ୍ରସ୍ତୁତ କରିବାର ଶୈଳୀ ଓ ବାସନ। ଅଧିକାଂଶ ଲୋକେ ଖାଦ୍ୟ ପ୍ରସ୍ତୁତ କରୁଥିବା ବାସନ ଉପରେ ଧ୍ୟାନ ଦେଇ ନଥାଆନ୍ତି। ସ୍ୱାସ୍ଥ୍ୟ ପାଇଁ ଖାଦ୍ୟର ଯେପରି ଗୁରୁତ୍ୱ ରହିଛି, ସେହିପରି ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ବାସନର ମଧ୍ୟ ଖୁବ ମହତ୍ତ୍ୱ ରହିଛି। ଏକ ଉନ୍ନତ ଜୀବନଶୈଳୀ ପାଇଁ ବାସନ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ବିଭିନ୍ନ ବାସନରେ ଏକ ଭିନ୍ନ ପ୍ରକାର ଆସ୍ତରଣ ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ଖାଦ୍ୟର ଗୁଣ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପିତ୍ତଳ ଓ ଲୁହା ବାସନ ଓ ପିଇବା ପାଣି ପାଇଁ ତମ୍ବା ପାତ୍ରର ବ୍ୟବହାର କରିବା ଅନେକ ପୁରାତନ କାଳରୁ କରାଯାଉଛି। ମାତ୍ର ବର୍ତ୍ତମାନ ସମୟରେ ଏହି ଜିନିଷ ପ୍ରତି ସଭିଏଁ ଗୁରୁତ୍ୱ ଦେଉ ନାହାଁନ୍ତି। ତେବେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପିତ୍ତଳ,ଲୁହା. ତମ୍ବା ଓ କଂସା ବାସନର ବ୍ୟବହାର କିଭଳି ଲାଭଦାୟକ ଜାଣନ୍ତୁ….
ଲୁହା – ଲୁହାରେ ତିଆରି ବାସନକୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିବା ଦ୍ୱାରା ଅଧିକ ତେଲର ଆବଶ୍ୟକତା ହୋଇନଥାଏ। ଏହି ବାସନରେ ଥିବା ଏକ ପ୍ରକାର ଆସ୍ତରଣ ଖାଦ୍ୟରେ ମିଶିଥାଏ। ଯାହା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଆଇରନ ମିଳିଥାଏ। ଏହାସହ ଲୁହା ବାସନ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ବ୍ୟବହାର ଉପଯୋଗୀ ହୋଇଥାଏ।
କଂସା – କଂସା ବାସନରେ ଖାଦ୍ୟ ଖାଇବା ଅନ୍ୟ ବାସନ ତୁଳନାରେ ସବୁଠାରୁ ଉତ୍ତମ। ବିଶେଷଜ୍ଞଙ୍କ ମତରେ କଂସା ଥାଳିରେ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହେବା ସହ ଖାଦ୍ୟ ଭଲରେ ହଜମ ହୋଇଥାଏ। ସଂକ୍ରମଣକୁ କମ କରିଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ।
ପିତ୍ତଳ – ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଅଧିକ ଦିନ ଯାଏଁ ବ୍ୟବହାର ଉପଯୋଗୀ ମଧ୍ୟ ହୋଇଥାଏ। ବିଶେଷଜ୍ଞଙ୍କ ମତାନୁସାରେ ପିତ୍ତଳ ବାସନରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଖାଦ୍ୟରେ ଥିବା ପୋଷକତତ୍ତ୍ୱର ମାତ୍ର ୭% ନଷ୍ଟ ହୋଇପାରେ।
ତମ୍ବା – ତମ୍ବା ଜାର୍‍ ରେ ପାଣି ରଖି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମିଳିଥାଏ। ଏହି ପାତ୍ରର ପାଣିକୁ ପ୍ରାକୃତିକ ଉପାୟରେ ବିଶୁଦ୍ଧୀକରଣ କରିବାର ଗୁଣ ରହିଛି। ଏଥିରେ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ମଧ୍ୟ ରହିଛି। ଏହା ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହ ଅନ୍ୟ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ।

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories