www.samajalive.in
Monday, December 15, 2025
14.1 C
Bhubaneswar

ସାହସ ଓ ଦୃଢ଼ ମନୋବଳ ସହ ଦେଶପାଇଁ କାର୍ଯ୍ୟ କରିବାକୁ ଯୁବସମାଜକୁ ପ୍ରଧାନମନ୍ତ୍ରୀ ଆହ୍ୱାନ

ନୂଆଦିଲ୍ଲୀ :   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାହସ ଓ ଦୃଢ଼ ମନୋବଳ ସହ ଦେଶପାଇଁ କାର୍ଯ୍ୟ କରିବାକୁ ଯୁବସମାଜକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, କୋଭିଡ୍‍-୧୯ର ମୁକାବିଲାରେ ଦେଶର ଯୁବପିଢ଼ି ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ତେଜପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭର୍ଚୁଆଲ୍‍ ମାଧ୍ୟମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆସାମ ଓ ଉତ୍ତର-ପୂର୍ବାଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରିବା ଉଚିତ, ଯାହାଫଳରେ ସେହି ଅଞ୍ଚଳ ସଫଳତାର ଶୀର୍ଷ ଛୁଇଁପାରିବ।

ସେ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ୍‍ କୋଭିଡ୍‍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। କୋଭିଡ୍‍-୧୯ ବିପକ୍ଷରେ ଭାରତ ଦୃଢ଼ ମନୋବଳ ସହ ସଂଗ୍ରାମ କରିଆସୁଛି। ସେ କହିଛନ୍ତି, କେନ୍ଦ୍ର ସରକାର ସମଗ୍ର ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଉତ୍ତର-ପୂର୍ବାଞ୍ଚଳର ବିକାଶ ମାଧ୍ୟମରେ ସେହି ଅଞ୍ଚଳର ଯୁବସମାଜ ପାଇଁ ନୂଆ ନୂଆ ସୁଯୋଗମାନ ସୃଷ୍ଟି କରାଯାଇ ପାରିବ। ଭାରତୀୟ କ୍ରିକେଟ୍‍ ଦଳର ଅଷ୍ଟ୍ରେଲିଆ ଗସ୍ତ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଯୁବ ଖେଳାଳିମାନଙ୍କ ସମ୍ମୁଖରେ ଯଦିଓ ବହୁତ ବଡ଼ ଚ୍ୟାଲେଞ୍ଜ୍‍ ଥିଲା, ସେମାନଙ୍କର ଦୃଢ଼ ମନୋବଳ ଭାରତୀୟ ଟିମ୍‍କୁ ସଫଳତାର ସ୍ୱାଦ ଚଖାଇଛି।

- Advertisement -

ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‍ କହିଛନ୍ତି, ଷ୍ଟାର୍ଟଅପ୍‍ କମ୍ପାନୀଗୁଡ଼ିକର ସ୍ଥାପନ ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ତେଜ୍‍ପୁର ବିଶ୍ୱବିଦ୍ୟାଳୟ ଗବେଷଣା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଜିର ସମାବର୍ତ୍ତନ ଉତ୍ସବରେ ୧ ହଜାର ୨୧୮ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ଡିପ୍ଲୋମା ମାନ ପ୍ରଦାନ କରାଯାଇଛି। ଡିଗ୍ରୀଧାରୀ ମାନଙ୍କ ମଧ୍ୟରେ ୪୮ ଜଣ ଟପ୍ପର୍‍ଙ୍କୁ ସ୍ବର୍ଣ୍ଣ ପଦକ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories