ସରକାରୀ ଉଦ୍ୟୋଗରୁ ହଟିନି ଚୁକ୍ତିଭିତ୍ତିକ ନିଯୁକ୍ତି

ଭୁବ‌େ‌‌ନଶ୍ବର: ରାଜ୍ୟରୁ କୁତ୍ସିତ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନେଇ ଗତ ଅକ୍ଟୋବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା। ଚୁକ୍ତିଭିତ୍ତିରେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା କର୍ମଚାରୀ ନିୟମିତ ହେଲେ। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନିଷ୍ପତ୍ତିକୁ ୫ ମାସ ପୂରିବାକୁ ଯାଉଛି। ହେଲେ କେତେକ ବିଭାଗରେ ଏବେ ବି ଠିକା କର୍ମଚାରୀ କାର୍ଯ୍ୟ କରୁଛନ୍ତି।

prayash

ଖୋଦ୍ ସରକାରୀ ଉଦ୍ୟୋଗରେ ହଜାର ହଜାର କର୍ମଚାରୀ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶା ନିର୍ମାଣ ନିଗମରେ ସବୁଠୁ ଅଧିକ ୬୪୦ ଠିକା କର୍ମଚାରୀ ରହିଛନ୍ତି। ଓଡ଼ିଶା ରାଜ୍ୟ ଯୋଗାଣ ନିଗମରେ ୩୩୩, ଓଡ଼ିଶା ଶକ୍ତି ସଂଚାରଣ ନିଗମରେ ୨୩୬, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମରେ ୪୭, ଓଡ଼ିଶା ପର୍ଯ୍ୟଟନ ନିଗମରେ ୩୬, ଓଡ଼ିଶା ଜଳ ବିଦ୍ୟୁତ୍ ନିଗମରେ ୩୪, ଗ୍ରୀଡକୋରେ ୩୨, ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣରେ ୯, ଓଡ଼ିଶା କୃଷି ଶିଳ୍ପ ନିଗମରେ ୬, ଓଡ଼ିଶା ସେତୁ ଓ ନିର୍ମାଣ ନିଗମରେ ୨ ଏବଂ ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମରେ ଜଣେ କର୍ମଚାରୀ ଠିକାରେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ନୀତିକୁ ଊ‌େ‌ଚ୍ଛଦ କରିବା ପରେ ସରକାରୀ ଉଦ୍ୟୋଗଗୁଡ଼ିକରେ ଥିବା ଠିକା କର୍ମଚାରୀଙ୍କ ଚାକିରି ନିୟମିତ ନିମନ୍ତେ କୌଣସି ପ୍ରସ୍ତାବ ପ୍ରାପ୍ତ ହୋଇ ନ ଥିବା ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

kalyan agarbati

Comments are closed.