www.samajalive.in
Saturday, December 6, 2025
15.1 C
Bhubaneswar

ବ୍ଲକ କାର୍ଯ୍ୟାଳୟ ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଟିଟିଲାଗଡ଼ : ଟିଟିଲାଗଡ ସହରର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତ ଚିହ୍ନିତ ହୋଇଛନ୍ତି। ସହରର ଠିକାଦାର ପଡା ଅଂଚଳରେ ଅଧିକ ସଂକ୍ରମିତ ଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ଉକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଦିନ ୬ଟା ପରେ ସେଠାରୁ କଟକଣା ହଟାଇ ଦିଆଯାଇଛି। ଅପରପକ୍ଷରେ ସହରର ବିଭିନ୍ନ ଅଂଚଳରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଆଜି ପ୍ରଶାସନ ଘୋଷଣା କରିଛି। ତେବେ କେଉଁ ପଡାରୁ କେତେ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେ ନେଇ ପ୍ରଶାସନ ମୌନ ରହିବା ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ସେହିପରି ଗତ ୧୮ରୁ ସିହିନି ପଂଚାୟତର କୁମୁଡା ଗ୍ରାମରେ ସରପଂଚ ବିରବର ସାହୁ ସଟଡାଉନ ଜାରି କରିଥିଲେ। ଏନେଇ ଆଜି ସେଠାରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି। ଏହା ସହ ବ୍ଲକର ଘଣ୍ଟବାହାଲି ଏବଂ କାପ୍ସିଭଟାରେ ପୁର୍ବରୁ ଟେଷ୍ଟ କରାଯାଇଥିବା ବେଳେ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଆଜି ତାଲିକା ପ୍ରକାଶ ପାଇଛି। ଅପରପକ୍ଷରେ ବ୍ଲକ କାର୍ଯ୍ୟାଳୟକୁ ପୁର୍ବରୁ ଜନତାଙ୍କ ପ୍ରବେଶ ବାରଣ କରାଯାଇଥିଲା। ଗତକାଲି କାର୍ଯ୍ୟାଳୟ ପରିସରରେ ଟେଷ୍ଟ ପରେ ଆଜି ବିଡିଓ ନବିନ ଚନ୍ଦ୍ର ନାୟକ ଜଣେ ବ୍ଲକ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ଦର୍ଶାଇ ବ୍ଲକ କାର୍ଯ୍ୟାଳୟକୁ ୪୮ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଶନିବାର ଗଣେଶ ପୂଜା ଏବଂ ରବିବାର ନୂଆଖାଇ ଥିବା ବେଳେ ଆଜି ସମେତ ଦୁଇଟି କାର୍ଯ୍ୟ ଦିବସ କରୋନା ଛୁଟି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ପ୍ରତି କର୍ମଚାରୀ ଶୂନ୍ୟ ହୋଇଛି। କରୋନା ପରିପ୍ରେକ୍ଷୀରେ କର୍ମଚାରୀମାନଙ୍କୁ ନିଜ ଘରୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଡିଓ ଶ୍ରୀ ନାୟକ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories