www.samajalive.in
Saturday, December 6, 2025
14.1 C
Bhubaneswar

ପଥରରେ ୧୫ ଫୁଟ୍‌ ଉଚ୍ଚର ଶିବମୂର୍ତ୍ତି ନିର୍ମାଣ: ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ

ବଳଙ୍ଗା : ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ରୂପଦେଇପୁର ପଞ୍ଚାୟତ ମୈଜୁବେଗ ଗ୍ରାମର ଅକ୍ଷୟ ମହାରଣା ୧୫ ଫୁଟ ଉଚ୍ଚ ୫ ଫୁଟ୍‌ ଓସାରର ଏକ ଶିବମୂର୍ତ୍ତି ମଧ୍ୟପ୍ରଦେଶ ଉଜ୍ଜୟିନୀର ମହାକାଳେଶ୍ବର ମନ୍ଦିର ନିକଟରେ ତିଆରି କରିଛନ୍ତି। ମଧ୍ୟପ୍ରଦେଶ ସରକାର ଏଥିପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଏହି ନିଖୁଣ କାରିଗରୀ ପାଇଁ ରାଷ୍ଟ୍ରପତି ‌ ଅକ୍ଷୟଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିଛନ୍ତି। ଏହି ମୂର୍ତ୍ତି ଗଢ଼ିବାରେ ତାଙ୍କ ଦୁଇପୁଅ ସହାୟତା କରିଥିବାବେଳେ ମୂର୍ତ୍ତି ପ୍ରସ୍ତୁତ ପାଇଁ ପାଖାପାଖି ତାଙ୍କୁ ୫ ମାସ ସମୟ ଲାଗିଥିବା ସେ କହିଛନ୍ତି। ଗୋଟିଏ ପଥରରେ ଏହି ଧ୍ୟାନମଗ୍ନ ଶିବ ମୂର୍ତ୍ତିଟି ତିଆରି ହୋଇଛି। ଆଗରୁ ଅକ୍ଷୟଙ୍କ ହାତ ତିଆରି ଏକ ଗଣେଶ ମୂର୍ତ୍ତି ରାଷ୍ଟ୍ରପତି ଭବନରେ ଶୋଭା ପାଉଥିବା ସେ ପ୍ରକାଶ କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ଶେଷ ନିଃଶ୍ୱାସ ଯାଏଁ ମୂର୍ତ୍ତି ନିର୍ମାଣ କଳାକୁ ବଞ୍ଚାଇ ରଖିବେ ବୋଲି ଅକ୍ଷୟ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories