www.samajalive.in
Saturday, December 6, 2025
17.1 C
Bhubaneswar

ଅସୁସ୍ଥ ମା’କୁ ଘରେ ତାଲା ପକାଇ ମହାକୁମ୍ଭ ଗଲେ ପୁଅବୋହୂ

ରାଞ୍ଚି: ମହାକୁମ୍ଭରେ ବୁଡ଼ ପକାଇବାକୁ ଦେଶ ବିଦେଶର ଲକ୍ଷାଧିକ ଶ୍ରଦ୍ଧାଳୁ ବର୍ତ୍ତମାନ ପ୍ରୟାଗରାଜକୁ ମହାଁଇଛନ୍ତି। ଯିଏ ଯେପରି ସୁବିଧା ପାଉଛି, କିପରି ବୁଡ଼ ପକାଇବେ, ସେହି ସବିଧାକୁ ହାତଛଡା କରୁନାହାନ୍ତି। ତେବେ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ଏଭଳି କୁକର୍ମ କରିଛନ୍ତି, ତାହା ଅତ୍ୟନ୍ତ ଲଜ୍ଜାଜନକ ହୋଇଥିବାବେଳେ ଗଣମାଧ୍ୟମରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଅସୁସ୍ଥ ବୃଦ୍ଧା ମାଆଙ୍କୁ ଏକୁଟିଆ ଘରେ ତାଲା ପକାଇ ଏହି ବ୍ୟକ୍ତି ଜଣକ ପତ୍ନୀ, ପିଲା ଏବଂ ଶ୍ବଶୁର ଘର ଲୋକଙ୍କ ସହ ମହାକୁମ୍ଭକୁ ଯାଇଥିବା ଜଣାପଡିଛି। ଖାଇବାକୁ ନ ପାଇ ବୃଦ୍ଧା ଜଣକ କ୍ରନ୍ଦନ କରିବା ପରେ ପଡୋଶୀମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ବୃଦ୍ଧାଙ୍କୁ ଉଦ୍ଧାର କରି ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରିଛି। ସୂଚନା ମୁତାବକ, ଅଖି ଳେଶ କୁମାର ନାମକ ଏହି ବ୍ୟକ୍ତି ସେଣ୍ଟ୍ରାଲ କୋଲଫିଲ୍ଡସ ଲିମିଟେଡ (ସିସିଏଲ)ରେ ଚାକିରି କରୁଥିବାବେଳେ ଝାଡଖଣ୍ଡର ରାମଗଡ ଜିଲାର ସୁବାସ କ‌ଲୋନୀରେ ବାସ କରୁଛନ୍ତି। ଘରେ ୬୮ ବର୍ଷର ଅସୁସ୍ଥ ମାଆ, ପତ୍ନୀ ଓ ପିଲାମାନେ ରହୁଛନ୍ତି। ମହାକୁମ୍ଭକୁ ଯିବା ପାଇଁ ଅଖିଳେଶ ଯୋଜନା କରିଥିବାବେଳେ ମାଆଙ୍କ ଉପସ୍ଥିତି ବାଧା ସୃଷ୍ଟି କରିଥିଲା। ଶେଷରେ ପତ୍ନୀଙ୍କ କଥା​ରେ ପଡି ଅଖିଳେଶ ମାଆଙ୍କୁ ଏକୁଟିଆ ଘରେ ତାଲା ପକାଇ ପତ୍ନୀ, ପିଲା ଏବଂ ଶ୍ବଶର ଘର ଲୋକଙ୍କ ସହ ଗତ ସୋମବାର ପ୍ରୟାଗରାଜ ଅଭିମଖେୁ ଯାତ୍ରା କରିଥିଲେ। ମାଆ ସଞ୍ଜୁ ଦେବୀ ଏ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇନଥିଲେ। ଦୁଇ ଦିନ ଭୋକ ଉପାସରେ ରହିବା ପରେ ବୁଧବାର ସଞ୍ଜୁଦେବୀ ଭୋକ ଜ୍ବାଳାରେ ଜୋରରେ କ୍ରନ୍ଦନ କରିଥିଲେ। ପଡୋଶୀ ତୁରନ୍ତ ସେଠାରେ ଜମା ହେବାପରେ ଘଟଣା ସମ୍ପର୍କରେ ଅବଗତ ହୋଇ ଅଖିଳେଶଙ୍କ ଭଉଣୀଙ୍କୁ ଏବଂ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ସଞ୍ଜୁଦେବୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଅପରପକ୍ଷରେ ଅଖିଳେଶ ପୁଲିସକୁ କହିଛନ୍ତି  ଅସୁସ୍ଥ ମାଆଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରି ମହାକୁମ୍ଭକୁ ଯାଇଥିଲେ। ସଚନାଯୋଗ୍ୟ ପିତାଙ୍କ ମୃତ୍ୟୁ ପରେ ଅଖିଳେଶ ଅନୁକମ୍ପାମୂଳକ ଭାବେ ଭାବେ ସିସିଏଲରେ ଚାକିରି ପାଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories