www.samajalive.in
Monday, December 15, 2025
15.1 C
Bhubaneswar

କୋଟିଆରେ କଂଗ୍ରେସ ପ୍ରତିନିଧି ଦଳ; ସରକାରଙ୍କ ଅବହେଳାରୁ ଲୋକେ ଆନ୍ଧ୍ରମୁହାଁ

ପଟାଙ୍ଗି: ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ଏକ ଦଳ ଆଜି କୋଟିଆ ଅଞ୍ଚଳ ପରିଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ଅବହେଳାରୁ ହିଁ କୋଟିଆବାସୀ ଆନ୍ଧ୍ର ମୁହଁା ହେଉଛନ୍ତି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସେଠାରେ ଅଭିଯୋଗ କରିଛନ୍ତି।

ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗସ୍ତ କରି ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ଏପରି ସୀମା ବିବାଦ ସୃଷ୍ଟି ହୋଇଥିବା ମତପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ କୁନ୍ଦୁଲି ସାପ୍ତାହିକ ହାଟରେ ପହଞ୍ଚି ଉପସ୍ଥିତ ଦଳୀୟକର୍ମୀ ଓ ବିଧାୟକଙ୍କ ସହ ଆଲୋଚନା କରି କୋଟିଆ ଗସ୍ତ କରିଥିଲେ। ସେଠାରେ ଆନ୍ଧ୍ର ସରକାରଙ୍କପକ୍ଷରୁ ପ୍ରଦାନ କରାଯାଇଥିବା ଇନ୍ଦିରା ଆବାସ ଯୋଜନାର ଗୃହ ଏବଂ ଉନ୍ନୟନ କାର୍ଯ୍ୟକ୍ରମ ଦେଖିବା ସହ ଆମଦାନୀ ହେଉଥିବା ଜଙ୍ଗଲଜାତ ଦ୍ରବ୍ୟକୁ କିପରି ବିକ୍ରି କରୁଛନ୍ତି ସେ ଉପରେ ଲୋକଙ୍କୁ ପଚାରି ବୁଝିଥିଲେ। ରାଜ୍ୟ ସରକାରଙ୍କପକ୍ଷରୁ କୌଣସି ବଜାର ସୁବିଧା କରାଯାଇ ନ ଥିବାବେଳେ ପଡୋଶୀ ଆନ୍ଧ୍ର ରାଜ୍ୟରୁ ଆସୁଥିବା ବ୍ୟବସାୟୀଙ୍କୁ ଉକ୍ତ ଫସଲ ବିକ୍ରି କରି ଉଚିତ ମୂଲ୍ୟ ପାଉଥିବା କହିଥିଲେ। ଓଡ଼ିଶାରେ ବାସ କରୁଛୁ ସତ, କିନ୍ତୁ ଆନ୍ଧ୍ର ସରକାର ଆମ ଜୀବନଜୀବିକା ଉପରେ ଗୁରୁତ୍ୱ ଦେଉଥିବାରୁ ଆମେ ସେମାନଙ୍କୁ ପ୍ରତ୍ୟେକ ସମୟରେ ସହଯୋଗ କରୁଛୁ ବୋଲି ପ୍ରକାଶ କରିଥିଲେ। ଲୋକଙ୍କଠାରୁ ଏହା ଶୁଣିବା ପରେ ସରକାର ଏଠାକାର ଲୋକଙ୍କ ପାଇଁ ପ୍ୟାକେଜ ପ୍ରଦାନ କରିଥିଲେ ହେଁ ଜୀବନ ଜୀବିକାକୁ ଗୁରୁତ୍ବ ଦେଇ ନାହାନ୍ତି ବୋଲି ସେ ପ୍ରକାଶ କରିଥିଲେ। କଂଗ୍ରେସ ଏହାକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉଠାଇବ ବୋଲି ସେ କହିଥିଲେ ା ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ପକ୍ଷରୁ ସାଂସଦ ଆଦର୍ଶ ଗ୍ରାମ ରୂପେ ଗ୍ରହଣ କରାଯାଇଥିବାରୁ ଗୁରୁତ୍ୱ ଦେଇ ପଞ୍ଚାୟତର ଉନ୍ନତି କରିବା ସହ ଜୀବନଜୀବିକା ଉପରେ ଗୁରୁତ୍ୱ ଦେବୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ସରକାରଙ୍କ ଉଦାସୀନତା ଓ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ଦୃଢ଼ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଆଜି ସୀମାନ୍ତ କୋଟିଆବାସୀ ଆନ୍ଧ୍ର ମୁହାଁଉଛନ୍ତି ବୋଲି ଅଭିଯୋଗ କରିଥିଲେ। ଅଞ୍ଚଳର ଶିକ୍ଷିତ ଯୁବତୀଙ୍କ ପ୍ରତିନିଧି ପିସିସି ସଭାପତିଙ୍କୁ ଚାରିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଫାଟୁସିନେରିରୁ କୋଟିଆ ପଞ୍ଚାୟତ ଫେରିବା ସମୟରେ ଫଗୁଣସିନେରିରେ ଲୋକଙ୍କ ସହ ଆଲୋଚନା କରିଥିଲେ ା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ସାଂସଦ ସପ୍ତଗିରି ଉଲ୍ଲାକା, କୋରାପୁଟ ଜିଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ପଟ୍ଟାଙ୍ଗି ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ କୁଲେସିକା, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ନବରଙ୍ଗପୁର ଜିଲା ସଭାପତି ମୁନା ତ୍ରିପାଠୀ, ରାୟଗଡ଼ା ଜିଲା ସଭାପତି ଦୁର୍ଗା ପଣ୍ଡା, ଡାବୁଗାଁ ପୂର୍ବତନ ବିଧାୟକ ସଦନ ନାୟକ, ଭୂଜବଳ ମାଝି, କୋଟପାଡ ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି, ମାଲକାନଗିରି ପୂର୍ବତନ ବିଧାୟକ ନିମାଇଁ ସରକାର ପ୍ରମୁଖଙ୍କ ସମେତ ନବରଙ୍ଗପୁର ଯୁବକଂଗ୍ରେସ ସଭାପତି ଅଖିଳ ଭତ୍ରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories