www.samajalive.in
Monday, December 15, 2025
26.1 C
Bhubaneswar

ଗିରୀଶ ମୁର୍ମୁ ଜାତିସଂଘ ବାହ୍ୟ ହିସାବ ସମୀକ୍ଷା କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜାତିସଂଘ ଏକ୍ସଟରନାଲ ଅଡିଟର ପ୍ୟାନେଲ (ବାହ୍ୟ ହିସାବ ସମୀକ୍ଷା କମିଟି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି।

୨୦୨୧ ବର୍ଷ ପାଇଁ ତାଙ୍କୁ ଏହି ପଦରେ ପୁନଃ ନିଯୁକ୍ତି ଦିଆଯାଇଛି। ୨୦୨୦ ବର୍ଷ ପାଇଁ ମଧ୍ୟ ସେ ଏହି ପଦ ଲାଗି ନିର୍ବାଚିତ ହୋଇଥିଲେ। ​‌ଜାତିସଂଘ ବାହ୍ୟ ହିସାବ କମିଟି ୧୩ ରାଷ୍ଟ୍ରକୁ ନେଇ ଗଠିତ। ସେଗୁଡିକ ହେଲା ଭାରତ, ଜର୍ମାନୀ, ଚିଲି, ଚୀନ, ଫ୍ରାନ୍ସ, ବ୍ରିଟେନ, ଫିଲିପାଇନ୍ସ, ସ୍ବିଜରଲ୍ୟାଣ୍ଡ, ଇଟାଲୀ, ଘାନା, ଇଣ୍ଡୋନେସିଆ, କାନାଡା ଓ ରୁଷ୍। ଏହି କମିଟି ଜାତିସଂଘର ବିଭିନ୍ନ ଏଜେନ୍ସିଗୁଡିକର ଆର୍ଥିକ ନିଷ୍ପତ୍ତି ଉପରେ ସମୀକ୍ଷା କରିଥାନ୍ତି। ୧୯୯୩ରୁ ୧୯୯୯ ଓ ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ମୁର୍ମୁ ଜାତିସଂଘ ଅଡିଟର ବୋର୍ଡରେ ରହିଥିଲେ। ଏବେ ସେ ଜାତିସଂଘର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଖାଦ୍ୟ ଓ କୃଷି ସଂଗଠନ ଓ ଆନ୍ତଃ ପାର୍ଲାମେଣ୍ଟାରୀ ୟୁନିୟନର ଏକ୍ସଟରନାଲ ଅଡିଟର ରହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories