www.samajalive.in
Tuesday, December 9, 2025
15.1 C
Bhubaneswar

ବାଙ୍କୀ କଂଗ୍ରେସ ପକ୍ଷରୁ ମୋଟର ସାଇକେଲ ଶୋଭାଯାତ୍ରା

କଳାପଥର(ବାଙ୍କୀ): କଳାପଥର ଓ ପୁଇଁଚା ଗ୍ରାମପଞ୍ଚାୟତରେ ବାଙ୍କୀ ବ୍ଲକ କଂଗ୍ରେସ ପକ୍ଷରୁ କଂଗ୍ରେସ ପ୍ରାର୍ଥୀ ଡକ୍ଟର ଦେବାଶିଷ ପଟ୍ଟନାୟକ ଏକ ବିରାଟ ମୋଟର ସାଇକେଲ୍ ଶୋଭାଯାତ୍ରାରେ ନିର୍ବାଚନ ପ୍ରଚାର କରିଛନ୍ତି। ବାଙ୍କୀ ବ୍ଲକ କଂଗ୍ରେସ ସଭାପତି ନରେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ମୋଟର ସାଇକେଲ୍ ଶୋଭାଯାତ୍ରାରେ କଂଗ୍ରେସ ପ୍ରାର୍ଥୀ ଡକ୍ଟର ଦେବାଶିଷ ପଟ୍ଟନାୟକ ୨ଗୋଟି ପଞ୍ଚାୟତର ବିଭିନ୍ନ ୱାର୍ଡକୁ ମୋଟର ସାଇକେଲ୍ ଶୋଭାଯାତ୍ରାରେ ଯାଇ ପ୍ରଚାର କରି କଂଗ୍ରେସ ଦଳକୁ ଜିତାଇବା ପାଇଁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ। କୃଷ୍ଣପଲ୍ଲୀ ଗ୍ରାମର ଯୁବ କଂଗ୍ରେସ ନେତା ଗୋପାଳୀ ସାହୁଙ୍କ ତତ୍ବାବଧାନରେ ଗ୍ରାମର ମହିଳାମାନେ ମିଠା ଖୁଆଇବା ସହ କଳସ ସ୍ଥାପନ କରି ଦୁବ ବରକୋଳିପତ୍ର ସହ ଫୁଲମାଳ ପକାଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଡ. ଦେବାଶିଷ ପଟ୍ଟନାୟକଙ୍କ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ମିହିର ନନ୍ଦ, ଗୋପାଳି ସାହୁ, ଅନାମ ଚରଣ ବେହେରା, ପ୍ରଫୁଲ ସାହୁ, ସୁବାସ ଦଳେଇ, ଜୟନ୍ତ ଦଳସିଂହ ରାୟ ଓ ଅଜୟ ମହାନ୍ତି, ଆଇନଜୀବୀ ରଂଜିତ ତ୍ରିପାଠୀଙ୍କ ସମେତ ଶହ ଶହ ସଂଖ୍ୟାର ଯୁବ କଂଗ୍ରେସ କର୍ମୀମାନେ ଯୋଗଦେଇ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କୁ ହାତ ଚିହ୍ନରେ ଭୋଟ୍‌ ଦେଇ ଜୟଯୁକ୍ତ କରାଇବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories