www.samajalive.in
Sunday, December 7, 2025
23.1 C
Bhubaneswar

ମୋଦୀ ସରକାରକୁ କଂଗ୍ରେସର କଟାକ୍ଷ: ଭାରତ ଏବେ ବିଶ୍ବର ’କରୋନା କ୍ୟାପିଟାଲ’

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ଅତିକ୍ରମ କରିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ସମୟରେ କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେୱାଲା ମୋଦୀ ସରକାରଙ୍କ ଉପରେ କରୋନାକୁ ନେଇ କଟାକ୍ଷ କରିଛନ୍ତି। ପୁରା ବିଶ୍ବରେ ଭାରତ ଏବେ କରୋନା ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ରହିଛି । ମାତ୍ର ପ୍ରଧାନମନ୍ତ୍ରୀ କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଭାରତ ଏବେ ବିଶ୍ବର ‘କରୋନା କ୍ୟାପିଟାଲ’ରେ ପରିଣତ ହୋଇଛି ବୋଲି ଅଭିଯୋଗ କରିଛନ୍ତି ।

ସୁରଜେୱାଲ କହିଛନ୍ତି ଡ଼ିସେମ୍ବର ମାସ ସୁଦ୍ଧା ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୧.୪ କୋଟିରେ ପହଞ୍ଚିବାର ଆଶଙ୍କା ରହିଛି। ମୃତ୍ୟୁ ସଂଖ୍ୟା ୧,୭୫୦୦୦ ଟପିପାରେ ବୋଲି ମଧ୍ୟ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି । ମାତ୍ର ଏ ସମୟରେ କେନ୍ଦ୍ର ସରକାର କ’ଣ କରୁଛନ୍ତି କିଛି ଜଣାପଡ଼ୁନାହିଁ । ଲକଡ଼ାଉନର ତୋଗଲକୀ ଆଦେଶ ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଛି । ପ୍ରଧାନମନ୍ତ୍ରୀ ଦେଶରେ କରୋନା ଲଢ଼େଇ ନିମନ୍ତେ ୨୧ ଦିନ ମାଗିଥିଲେ, ଇତିମଧ୍ୟରେ ୧୬୬ ଦିନ ବିତିଗଲାଣି। ଦେଶ ଏବେ କରୋନାର ମହାଭାରତ ଦେଖୁଛି । କରୋନା ଯୁଦ୍ଧ ତ ଜାରି ରହିଛି, ମାତ୍ର ସେନାପତି ନିକମ୍ମା ବୋଲି ପ୍ରମାଣିତ ହୋଇଛି । ଯେତେବେଳେ ରୋମ ଜଳୁଥିଲା, ସେତେବେଳେ ରାଜା ନିରୋ ବଂଶୀ ବଜାଉଥିଲେ । ଏବେ ଦେଶ କରୋନାରେ ଲଢ଼ୁଛି ଆଉ ମୋଦିଜୀ ମୟୂରଙ୍କୁ ଦାନା ଖୁଆଉଛନ୍ତି । କରୋନା ଲଢ଼େଇରେ ମୋଦୀ ସରକାର ପୁରା ନିକମ୍ମା ସାବ୍ୟସ୍ତ ହୋଇଛନ୍ତି । ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲାରେ ବିଶ୍ବରେପ ପ୍ରଥମ, ମୃତ୍ୟୁ ହାରରେ ପ୍ରଥମ, ସଂକ୍ରମଣ ଦ୍ବିଗୁଣିତ ହେବା ଅନୁପାତରେ ପ୍ରଥମ, ପୁରା ସଂକ୍ରମିତ ମାମଲାରେ ଦ୍ବିତୀୟ, ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ଦ୍ବିତୀ, ମୋଟ ମୃତ୍ୟୁ ସଂଖ୍ୟାରେ ତୃତୀୟ ସ୍ଥାନରେ ରହିଛି  ବୋଲି ସୁରଜେୱାଲା କହିଛନ୍ତି ।

- Advertisement -

ଛତିଶଗଡ଼ ପରି ଛୋଟ ରାଜ୍ୟର ଭିଲୱାଡ଼ା ପରି ଅଞ୍ଚଳରୁ କେନ୍ଦ୍ର ସରକାର କିଛି ଶିଖିବା ଆବଶ୍ୟକ । ମାତ୍ର କେନ୍ଦ୍ର ସରକାର ଚୁପ୍ ବସିଛନ୍ତି । ଭାରତ ଆଜି ଦେଶର କରୋନା ରାଜଧାନୀରେ ପରିଣତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ଅତିକ୍ରମ କରିଛି । ଆମେରିକା ଓ ବ୍ରାଜିଲ ଦେଶରେ ଏହାର ଅଧା ମଧ୍ୟ ସଂକ୍ରମିତ ହୋଇ ନାହାନ୍ତି । ପୃଥିବୀର ଅନ୍ୟ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ବି ଟପିନାହିଁ । ମାତ୍ର ଭାରତରେ ସଂକ୍ରମଣ ଆଗକୁ ମାଡ଼ି ଚାଲିଛି । କରୋନା ଲଢ଼େଇରେ ମୋଦୀ ସରକାର ପୁରା ବିଫଳ ହୋଇଛନ୍ତି । ମହାମାରୀର ବିଭୀଷିକା ମଧ୍ୟରେ ବିଜେପି ଦେଶର ଲୋକଙ୍କୁ ନିଜ ବିବଶତାରେ ଛାଡ଼ି ଦେଇଛି ବୋଲି ସୁରଜେୱାଲା କହିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories