www.samajalive.in
Monday, December 15, 2025
17.1 C
Bhubaneswar

କଂଗ୍ରେସ ନେତା ମଲ୍ଲିକାର୍ଜୁନଙ୍କୁ ଧମକ ପୂର୍ଣ୍ଣ କଲ୍‌

ବେଙ୍ଗାଲୁରୁ : ଲୋକସଭାରେ କଂଗ୍ରେସ ସାଂସଦ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ମୋବାଇଲ ଫୋନ୍‌କୁ କିଛି ମାସ ହେବ ଧମକପୂର୍ଣ୍ଣ କଲ୍‌ ଆସୁଥିବା ରବିବାର ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏବଂ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରାଇଥିବା କହିଛନ୍ତି । ଏନେଇ ସେ ଦୁଇ ମାସ ତଳେ ଦିଲ୍ଲୀର ତୁଗଲକ୍‌ ଥାନାରେ ଏତଲା ଦାୟର କରିଛନ୍ତି । କିପ୍ରକାର ଧମକପୂର୍ଣ୍ଣ କଲ ଆସୁଛି ତାହା ଖାର୍ଗେ ଉଲ୍ଲେଖ କରିନାହାନ୍ତି । ଏ ଘଟଣାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ସେ ଏଡାଇ ଚାଲିଥିଲେ, କିନ୍ତୁ ଧମକପୂର୍ଣ୍ଣ କଲ ଆସିବା ବନ୍ଦ ନହେବାରୁ ଏହାକୁ ସେ ସାର୍ବଜନୀନ କରିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories