www.samajalive.in
Monday, December 15, 2025
27.1 C
Bhubaneswar

କଂଗ୍ରେସ ନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ- ପାକିସ୍ତାନ ବିଶ୍ୱକପ୍‌ ଜିତିବ ପୋଷ୍ଟ କରି ଟ୍ରୋଲ ହେଲେ

ନୂଆଦିଲ୍ଲୀ – ଏବେ ଭାରତରେ କ୍ରିକେଟ ବିଶ୍ୱକପ୍‌ ଆୟୋଜନ କରାଯାଇଛି। ଚଳିତ ଥର ଭାରତ ବେଶ୍‌ ଭଲ ପ୍ରଦର୍ଶନ କରିଛି । ଅହମ୍ମଦାବାଦରେ ହୋଇଥିବା ଭାରତ ପାକିସ୍ତାନ ମ୍ୟାଚରେ ଭାରତ ଏକ ତରଫା ବିଜୟ ହାସଲ କରିଥିଲା । ମ୍ୟାଚ ବେଳେ ଅନେକ କ୍ରିକେଟପ୍ରେମୀ ଜୟ ଶ୍ରୀରାମ ଧ୍ୱନୀ ଦେଇଥିଲେ । ଏହାପରେ କଂଗ୍ରେସ ନେତ୍ରୀ ଦଳର ରାଜ୍ୟ ମହସଚିବ ଦିବ୍ୟା ମାରୁନ୍ଥିଆ ପାକିସ୍ତାନ ବିଶ୍ୱକପ୍‌ ଜିତୁ ବୋଲି ଆଶା କରିଛନ୍ତି କହି ଟ୍ୱିଟର ବା ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ସେ ହିନ୍ଦୁମାନଙ୍କୁ ଚରମପନ୍ଥୀ ବୋଲି ସମ୍ଭୋଧିତ କରିବା ସହ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଲେଖିଛନ୍ତି ।

- Advertisement -

ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ହିନ୍ଦୁ ଏବଂ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ମ୍ୟାଚ ବେଳେ ଜୟ ଶ୍ରୀରାମ କହିବାକୁ ନେଇ ପୁଣି ବିବାଦୀୟ ମତ ଦେଇଛନ୍ତି । ମାତ୍ର ପାକିସ୍ତାନର ଖେଳାଳୀ ମହମ୍ମଦ ରିଜଓ୍ୱାନ ମ୍ୟାଚ ବେଳେ ନମାଜ ପଢିବାକୁ ନେଇ ଏମାନଙ୍କର କୌଣସି ଅସୁବିଧା ହୋଇ ନଥିଲା । ଏହି ମ୍ୟାଚରେ ପାକିସ୍ତାନ ୧୯୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିବା ବେଳେ ଭାରତ ୩୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories