www.samajalive.in
Wednesday, December 10, 2025
23.1 C
Bhubaneswar

ଚିଟ୍‌ଫଣ୍ଡ ଅନୁସନ୍ଧାନରେ ସ୍ଥାଣୁତା ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ଘେରାଉ

ଭୁବନେଶ୍ୱର : କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଓଡିଶା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଭୁବନେଶ୍ୱର ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଓଡିଶାରେ ବିଭିନ୍ନ ଅପରାଧିକ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇର ଶୀଥିଳତା ପାଇଁ ଲୋକେ ନ୍ୟାୟ ପାଇପାରୁ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଚିଟ୍‌ଫଣ୍ଡ ସମେତ ମାଧବୀଲତା, ଇତିଶ୍ରୀ ଓ ସସ୍ମିତା ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତରେ ସିବିଆଇର ଶିଥିଳତା ଯୋଗୁଁ ଓଡିଶାର ଜନସାଧାରଣ ଏବଂ ସଂପୃକ୍ତ କ୍ଷତିଗ୍ରସ୍ତ ପରିବାରଗୁଡିକ ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ରାଜ୍ୟରେ ଚିଟ୍‌ଫଣ୍ଡ କେଳେଙ୍କାରୀରେ ବିଜେଡି ସରକାରଙ୍କର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ସଂପୃକ୍ତ ଅଛନ୍ତି । ଅନେକ ମାମଲାରେ ସେମାନେ ଗିରଫ ହୋଇ ଜେଲ୍ ଯାଇଛନ୍ତି । ମାମଲା ସିବିଆଇ ପାଖରେ ଅନୁସନ୍ଧାନ ପାଇଁ ଦୀର୍ଘଦିନ ଧରି ପଡିରହିଛି ।

ହେଲେ କେନ୍ଦ୍ରର ମୋଦି ସରକାରଙ୍କ ସହ ରାଜ୍ୟ ବିଜେଡି ସରକାରଙ୍କର ଭିତିରି ବୁଝାମଣା ପାଇଁ ଏହିପରି ସଂଗୀନ ମାମଲାର ତଦନ୍ତ ଆଗେଇ ପାରୁନାହିଁ ଏବଂ ପୁରସ୍କାର ସ୍ୱରୂପ ସଂସଦରେ ବିଭିନ୍ନ ବିଲ୍‌କୁ ବିଜେଡିର ସମର୍ଥନ ସହ ରାଜ୍ୟସଭା ନିର୍ବାଚନଗୁଡିକରେ ମଧ୍ୟ ଉଭୟ ଦଳର ବୁଝାମଣା ଭିତିରେ ବିଜେପିର ନେତାମାନେ ଫାଇଦା ହାସଲ କରୁଛନ୍ତି । ଲୋକ ଦେଖାଣିଆ ଭାବେ ସିବିଆଇ ତଦନ୍ତର ନାରା ଦେଇ ସାଧାରଣ ଜନତାଙ୍କୁ ଭୁଆଁ ବୁଲାଉଥିବା ବିଜେଡି ସରକାରଙ୍କ ପ୍ରକୃତ ମୁଖା ଖୋଲିବା ପାଇଁ ଆଜି ଏହି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି  ଜୟଦେବ ଜେନା, ବିଧାୟକ  ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ ପ୍ରମୁଖ ସିବିଆଇ କାର୍ୟ୍ୟାଳୟ ସମ୍ମୁଖରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।

- Advertisement -

ଏହି ଘେରାଉ କାର୍ୟ୍ୟକ୍ରମକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ଚିନ୍ମୟ ଦାସ, ମାନସ ଆଚାର୍ୟ୍ୟ, ରାଜୀବ ପଟ୍ଟନାୟକ, ରଂଜିତ ପାତ୍ର, ଅଶୋକ ଦାସ, ମୋହନ ଜେନା, ଗୀତାଞ୍ଜଳି ମହାନ୍ତି, ଜୟକୃଷ୍ଣ ସୁୁବୁଦ୍ଧି, ମିହିର ଆଚାର୍ଯ୍ୟ, ସଂକୁନା କହଁର, ଦୀପକ ମହାପାତ୍ର, ଏସ୍‌କେ ଅଫତାବ ଅଲ୍ଲୀ, ମନୋଜ ସାହୁ, ଶ୍ରିୟା ମହାନ୍ତି, ମନୋରଞ୍ଜନ ଜେନା, ପ୍ରମେଶ ସାହୁ, ଶ୍ରିୟା ପଣ୍ଡା, ସେକ ତାକ୍ୱିନ୍‌, ଦେବରାଜ ମିଶ୍ର, ହଳଧର ସେଠୀ, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ, ଆଲୋକ ମହାନ୍ତି, କୈଳାସ ସାହୁ, ପ୍ରକାଶ ମହାନ୍ତି, ନିରୁପମା ପାତ୍ର, କନକ ମଲିକ, ଜୟକୃଷ୍ଣ ମଲିଆ, ଜ୍ୟୋତିଷ ସାହୁ, କୁଳମଣି ସାହୁ, ପ୍ରସନ୍ନ ପାଇକରାୟ, ସୁଭଦ୍ରା ମିଶ୍ର, ଅଶୋକ ସାହୁ, ମୁନି ଥାପା, ଉର୍ବଶ୍ରୀ ମିଶ୍ରଙ୍କ ସହ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଏବଂ ନାରୀ ନିର୍ଯ୍ୟାତନାର ଶିକାର ହୋଇଥିବା ମହିଳାମାନେ ଏହି କାର୍ଯ୍ୟକ୍ରମରେ ବହୁଳ ସଂଖ୍ୟାରେ ଯୋଗ ଦେଇଥିଲେ ।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories