BJD Bijuli 480×75 Mob

ନିମ୍ନମାନର ରାସ୍ତା କାମ ଯୋଗୁଁ ଜନ ଅସନ୍ତୋଷ

BJD Bijuli 480×75 Mob

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ଲୁହାଖଣ୍ଡିରୁ ବାସୁପାଲିକୁ ସଂଯୋଗ କରୁଥିବା ରାସ୍ତାର ପୁନଃନିର୍ମାଣ କାମ ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପିଚୁ ଢାଳିବା ପାଇଁ କିଛି ମାସ ପୂର୍ବରୁ ଏହି ରାସ୍ତାର ମେଟାଲିଂ କରାଯାଇଥିଲା। ପିଚୁ ଢାଲିବା ପୂର୍ବରୁ ମେଟାଲ୍ ଉପରେ ଜମାଟ ବାନ୍ଧିଥିବା ମୁରୁମ୍ ଏବଂ ମାଟି କୁ କଣ୍ଟାବ୍ରସ୍ ରେ ସଫା କରି ମାଟି ଏବଂ ମୁରୁମ୍ କୁ ସଫା କଲାପରେ ପିଚୁ ଢଲାଯିବା କଥା । କିନ୍ତୁ ଠିକାଦାର ମେଟାଲ୍ ଉପରେ ଥିବା ମାଟି ଏବଂ ମୁରୁମ୍ ଠିକ୍ ଭାବରେ ସଫା ନକରି ମେସିନ୍ ରେ ପିଚୁ ଢଳାଇ କାମ ଆରମ୍ଭ କରିଥିବାରୁ ରାସ୍ତାର ସ୍ଥାୟିତ୍ୱନେଇ ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବହିତ ପଦକ୍ଷେପ ନେବାକୁ ଦାବି ହେଉଛି।

Comments are closed.