www.samajalive.in
Wednesday, December 10, 2025
16.1 C
Bhubaneswar

କଂଟାବାଞ୍ଜିରୁ ୨୫ ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ

କଂଟାବାଞି  : ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ କରିବା ପାଇଁ କଂଟାବାଞ୍ଜିକୁ ଆଣୁଥିବା ୨୫ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ରବିବାର ରାତିରେ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ପୁରୁଷ, ୧୩ ମହିଳା ଙ୍କ ସହ ୧୧ ଜଣ ଶିଶୁଥିବା ଜଣାପଡିଛି। ପୁଲିସ ୨ ଜଣ ଦଲାଲ କୁ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କଂଟାବାଞ୍ଜି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଧାମନଡଙ୍ଗା ଜେଲ ଛକ ଠାରେ କଲାହାଣ୍ଡି ଜିଲା ନର୍ଲାରୁ ଆସୁଥିବା ୨ ଟି ଟାଟାମେଜିକ ଗାଡି- ଗାଡି ନଂ ଓ.ଆର.୮ ଏଚ ୦୨୭୨ ଏବଂ ଓ.ଡି. ୦୮ ସି. ୧୩୫୬ କୁ ଅଟକାଇ ଯାଂଚ କଲାପରେ ଏହି ଦାଦନ ଶ୍ରମିକ ନର୍ଲା ଥାନା ଅନ୍ତର୍ଗତ ପାଜିପାଲି ଗ୍ରାମର ସମୁଦାୟ ଶିଶୁଙ୍କ ସହ ୩୬ ଜଣ ଥିବାବେଳେ ଏମାନଙ୍କୁ କଂଟାବାଞ୍ଜି ଅଣାଯାଇ ଦାଦନ ସର୍ଦ୍ଦାରଙ୍କୁ ଭେଟାଇ ମୂଲ ଚାଲ ପରେ ରାଜ୍ୟ ବାହାରକୁ ଇଟା ଭାଟିରେ କାମ କରିବାକୁ ଚାଲାଣ କରାଯାଇଥାନ୍ତା।

ମୁରିବାହାଲ ଥାନା ଡଙ୍ଗରପଡା ର ଦଲାଲ ଚୈତନ୍ୟ ମାଝୀ (୨୭) ସାଙ୍ଗରେ ଥିବା ପେଟି ଦଲାଲ ବବଲୁ ମାଝୀ (୩୮) ଙ୍କୁ ପୁଲିସ ଅଟକ ରଖି ତଦନ୍ତ କଲାପରେ, ଆଜି ଉଭୟଙ୍କ ନାମରେ ଏକ ମାମଲା ରୁଜୁକରି କେସ ନଂ ୩୦୩, ଭାରତୀୟ ଦଣ୍ଡ ବିଧି ଆଇନ ଧାରା୩୭୦,୩୭୪, ୪୨୦ ଆନ୍ତରାଜ୍ୟ ଶ୍ରମିକ ଆଇନ ୨୫ ବଳରେ ଗିରଫ କରି ଉଭୟ ଚୈତନ୍ୟ ଏବଂ ବବଲୁକୁ କୋର୍ଟ ଚାଲାଣ କରିଥିବା ବେଳେ ଗାଡି ୨ଟି କୁ ଜବତ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କନ୍ଦନକେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉଦ୍ଧାର ଶ୍ରମିକମାନଙ୍କୁ ରାତିରେ ଖାଇବାକୁ ଦେଇ ଏକ ଘରୋଇ ମିନି ବସ୍‍ ଯୋଗେ ନିଜ ଗ୍ରାମ ପାଜିପାଲିକୁ ପଠାଇ ଦେଇଥିବା ଜଣାପଡିଛି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories