ବରୀ ବିଧାୟିକାଙ୍କ ନାଁରେ ହାଇକୋର୍ଟର ମାମଲା

ଯାଜପୁର : ବରୀ ବିଜେଡି ବିଧାୟିକା ସୁନନ୍ଦା ଦାସଙ୍କ ନାଁରେ ମଙ୍ଗଳବାର ହାଇକୋର୍ଟରେ ମାମଲା ଦାଏର ହୋଇଛି। ବିଜେପି ନେତା ତଥା ଗତ ସାଧାରଣ ନିର୍ବାଚନରେ ବରୀରୁ ବିଜେପି ପ୍ରାର୍ଥୀ ହୋଇଥିବା ବିଶ୍ୱରଞ୍ଜନ ମଲ୍ଲିକ ବିଧାୟିକା ନିଜ ସମ୍ପର୍କିତ ଅପରାଧିକ ତଥ୍ୟ ଲୁଚାଇଥିବା ନେଇ ଗୁରୁତର ଅଭିଯୋଗ ଆଣିବା ସହ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ସୁନନ୍ଦା ଦାସଙ୍କ ବିଧାୟିକା ପଦକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହା ସହ ବରୀରେ ସାନି ନିର୍ବାଚନ ପାଇଁ ଆବେଦନ କରିଛନ୍ତି ବିଜେପି ପରାଜିତ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ।

Comments are closed.