ନିର୍ଦ୍ଧାରିତ ସମୟରେ କରତାରପୁର କରିଡର ଉଦ୍‌ଘାଟନ ହେବ: ପାକିସ୍ତାନ

ଇସଲାମାବାଦ : ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ଉତ୍ତେଜନା ସତ୍ତ୍ବେ କରତାରପୁର କରିଡରର ନିର୍ଦ୍ଧାରିତ ସମୟରେ ଉଦ୍‌ଘାଟନ ହେବ ବୋଲି ଇମ୍ରାନ ଖାଁଙ୍କ ସରକାରର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଦୁଇଦେଶ ମଧ୍ୟରେ ଦେଖାଯାଇଥିବା ଦ୍ବିପାକ୍ଷିକ ଉତ୍ତେଜନାକୁ ନେଇ ପାକିସ୍ତାନ କରତାରପୁର କରିଡର ନିର୍ମାଣକୁ ବିଳମ୍ବିତ କରୁଥିବା ନେଇ ପ୍ରକାଶିତ ରିପୋର୍ଟକୁ ଇସଲାମାବାଦ ଖଣ୍ଡନ କରିଛି।

prayash

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହଯୋଗୀ ଫିର୍ଦୋସ ଆସିକ ଆୱାନ କହିଛନ୍ତି ଯେ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ପର୍ବରୁ ଅର୍ଥାତ୍‌ ଚଳିତବର୍ଷ ନଭେମ୍ବରରେ କରତାରପୁର କରିଡରକୁ କାର୍ଯ୍ୟକାରୀ କରାଯିବ। ଆୱାନ କହିଛନ୍ତି ଯେ ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କ ସମାଧିସ୍ଥଳ ଶିଖମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ। ଏହି ସ୍ଥାନ ଦୁଇଦେଶର ଧାର୍ମିକ ସମନ୍ବୟ ରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନର୍ବାହ କରିବ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯାହା ବି ହୋଇଥାଉ ନା କାହିଁକି ଶିଖ ତୀର୍ଥଯାତ୍ରୀଙ୍କ ପାଇଁ ଦରବାର ସାହିବ କରତାରପୁର ଯିବା ଲାଗି ରାସ୍ତା ସର୍ବଦା ଉନ୍ମୁକ୍ତ ରହିବ। ସମ୍ପ୍ରତି ବିଶ୍ବରେ ମୌଳବାଦ ଓ ଅସହିଷ୍ଣୁତା ବୃଦ୍ଧି ପାଇ ଚାଲିଥିବାବେଳେ କରତାରପୁର ସହିଷ୍ଣୁତାର ନିଦର୍ଶନ ହେବ। ଆୱାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା ଲାଗି ପ୍ରତିଶ୍ରୁତିବଦ୍ଧ। କରତାରପୁର କରିଡର ନିର୍ମାଣ ଲାଗି ଗତବର୍ଷ ନଭେମ୍ବରରେ ଭାରତ-ପାକିସ୍ତାନ ବୁଝାମଣା ହୋଇଥିଲା। କରତାରପୁରର ଗୁରୁଦ୍ବାର ଦରବାର ସାହିବରେ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା ନିମନ୍ତେ ଏହି କରିଡର ନିର୍ମାଣ କରାଯିବ। ଏପରିକି ଭାରତର ଶିଖ ତୀର୍ଥଯାତ୍ରୀମାନେ ବିନା ଭିସାରେ ଯାତ୍ରା କରିପାରିବେ।

kalyan agarbati

Comments are closed.