www.samajalive.in
Monday, December 15, 2025
14.1 C
Bhubaneswar

ବୌଦ୍ଧ ନାଗରିକ କମିଟି ବୈଠକ

ବୌଦ୍ଧ : ବୌଦ୍ଧ ନାଗରିକ କମିଟିର ଏକ ସାଧାରଣ ବୈଠକ ସହରର ମାତେଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ନାଗରିକ କମିଟିର ସଂପାଦକ ବିଶେଶ୍ୱର ପୃଷ୍ଟିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା। ଦୀର୍ଘବର୍ଷ ର ବ୍ୟବଧାନ ପରେ ଆହୁତ ହୋଇଥିବା ନାଗରିକ କମିଟି ବୈଠକରେ ଜିଲାର ବିକାଶ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାପରେ ପୁଣି ସକ୍ରିୟ ହୋଇ ଲୋକଙ୍କ ଦାବି ନାଗରିକ କମିଟି ଉପସ୍ଥାପନ କରିବାକୁ ସର୍ବସମ୍ମତି ନିଷ୍ପତି ଗ୍ରହଣ କରାଯାଇଥିଲା। ବୈଠକରେ ଜିଲାବାସୀଙ୍କ ଦୀର୍ଘ ଦିନର ମୁଖ୍ୟ ଦାବୀ ବୌଦ୍ଧ ଜିଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୂକ୍ତରେ ସାମିଲ କରିବା ଓ ବୌଦ୍ଧ ବିଜ୍ଞାପିତ ଅଞ୍ଚଳକୁ ପୌରପରିଷଦର ମାନ୍ୟତା ଓ ଦୁଇବର୍ଷ ତଳେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱପ୍ରସିଦ୍ଧ ଚାରିଶମ୍ଭୁ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ନେଇ କରିଥିବା ଘୋଷଣା ତ୍ୱରିତ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା। ଦାବୀ ନେଇ ପ୍ରଥମ ପର୍ଯ୍ୟାୟରେ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୦ ତାରିଖରେ ଗଣଧାରଣା ଦେବା ସହ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ରାଜ୍ୟାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପ୍ରଦାନ କରାଯିବା ନେଇ ବୈଠକରେ ପ୍ରସ୍ତାବ ଗୃହିତ ହୋଇଥିଲା। ଯଦି ସମୟ ସୀମା ମଧ୍ୟରେ ଦାବୀ ଗୁଡିକ କାର୍ଯ୍ୟକାରୀ କରାନଯାଏ କମିଟି ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ। ବୈଠକରେ ସହରର ବୁଦ୍ଧିଜୀବୀ, ଆଇନଜାବୀ , ସାମ୍ବାଦିକ , ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ସ।ମାଜିକ ସଂଗଠନର କର୍ମକର୍ତ୍ତା ଯୋଗଦେଇ ମତ ରଖିଥିଲେ। ବୈଠକରେ ଡମ୍ବରୁଧର ଭୋଇ, ଚନ୍ଦ୍ରଶେଖର ପାତ୍ର, ସୂର୍ଯ୍ୟକାନ୍ତ ଦଳବେହେରା, ଲବକିଶୋର ପ୍ରଧାନ, ବିଜେପି ଜିଲା ସଭାପତି ବିପ୍ରଚରଣ ମହାନ୍ତି, ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର, ନିରୋଦ କୁମାର ମେହେର , ସମରେଶ ମିଶ୍ର, ନିଶିଥ କୁମାର ପୃଷ୍ଟି, ଡୋଲାମଣି ପ୍ରଧାନ, ପରଦେଶୀ ବେହେରା, ଶୁଭେନ୍ଦୁ ପଟନାୟକ, ମନୋଜ କୁମାର ପ୍ରଧାନ, ବିକାଶ ମହାକୁଳ, ଗଜେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories