www.samajalive.in
Monday, December 15, 2025
14.1 C
Bhubaneswar

ମହାକାଶରେ ମହାଜାଗତିକ ଘଟଣା, ଦେଖାଗଲା ଶତାବ୍ଦୀର ପ୍ରଥମ ଧୂମକେତୁ

ଭୁବନେଶ୍ୱର: ଜୁଲାଇ ମାସରେ ମହାକାଶରେ ମହାଜାଗତିକ ଘଟଣା ଦୃଶ୍ୟମାନ ହୋଇଛି। ଆଜି ମହାକାଶରେ ଶତାବ୍ଦୀର ପ୍ରଥମ ଧୂମକେତୁ ଧୂମକେତୁ ଦେଖିବାକୁ ମିଳିଛି। ତେବେ ଭୁବନେଶ୍ବରରେ ଆକାଶ ମେଘାଚ୍ଛନ ଥିବାରୁ ଖାଲି ଆଖିରେ ଏହା ଦେଖାଯାଇ ପାରିନାହିଁ। ଅପରପକ୍ଷରେ ଦୂରବୀକ୍ଷଣ ଯନ୍ତ୍ର ଓ ବାଇନାକୁଲାର୍‍ ସମେତ ଖାଲି ଆଖିରେ ଏହି ଧୂମ କେତୁକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯାଇଛି। ଏହି ଧୂମକେତୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଆକାଶରେ ଦେଖିବାକୁ ମିଳିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
କରୋନା ମହାମାରୀ ସମୟରେ ସମେସ୍ତ ଘର ଭିତରେ ବନ୍ଦ ରହୁ ଥିଲାବେଳେ ପ୍ରକୃତି ଆମ ପାଇଁ ତା’ର ସୁନ୍ଦର ଦୃଶ୍ୟର ଦ୍ୱାର ଖୋଲି ଦେଇଛି। ପ୍ରାୟ ୨୩ ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଆଖିକୁ ଦେଖାଯାଉଛି। ଉତ୍ତର-ପଶ୍ଚିମ ଦିଗ୍‍ବଳୟ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁଟି ଜୁଲାଇ ୧୨ରୁ ୩୦ ତାରିଖ ଭିତରେ ଖାଲି ଆଖିରେ ଦେଖି ହେବ। ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍‍ରେ ଏହା ନିଶ୍ଚୟ ଦେଖାଯିବ। ସି/୨୦୨୦ ଏଫ୍‍-୩ ଧୂମକେତୁ ଆଜି ସନ୍ଧ୍ୟା ସମୟରେ ପ୍ରାୟ ଅଧଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗ୍‍ବଳୟର ୨୦ ଡିଗ୍ରୀ ଉପରେ ଦେଖାଯିବ। ସବୁ ଦିନ ଧୀରେ ଧୀରେ ଏହା ଉପର ଆଡକୁ ଗତି କରି ମାସ ଶେଷରେ ଦିଗ୍‍ବଳୟର ପ୍ରାୟ ୪୦ ଡିଗ୍ରୀ ଉପରେ ପହଞ୍ଚିବ। ସେହି ସମୟରେ ଏହା ସପ୍ତର୍ଷିମଣ୍ଡଳର ନିକଟରେ ରହିବ ଓ ପ୍ରାୟ ଏକଘଣ୍ଟା ଧରି ଦେଖାଯିବ। ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ୧୦ତାରିଖ ପରଠାରୁ ଏହାର ଉଜ୍ଜ୍ୱଳତା କମି କମି ଜୁଲାଇ ୩୦ ପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ ଦୀର୍ଘ ୨୩ ବର୍ଷ ପରେ ଖାଲି ଆଖିରେ ଏକ ଧୂମକେତୁ ଦେଖିବାର ବିରଳ ସୁଯୋଗ ଆସିଛି।

- Advertisement -

ବିଶେଷକରି ସହର ଆଲୋକ ଠାରୁ ଦୂରରେ ଗ୍ରାମାଞ୍ଚଳରେ ରହୁଥିବା ଅସଂଖ୍ୟ ଛାତ୍ରଛାତ୍ରୀ ଏପରି ଏକ ବିରଳ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରୟମ୍‍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଗତ ମାର୍ଚ୍ଚ ମାସ ୨୭ ତାରିଖରେ ସୂର୍ଯ୍ୟଠାରୁ ୩୧.୨ କୋଟି କିଲୋମିଟର ଦୂରରେ ଥିବା ‘ସି/୨୦୨୦ ଏଫ୍‍-୩’ ଧୂମକେତୁ ‘ନିଓୱାଇଜ୍‍’ ନାମକ ଦୂରବୀକ୍ଷଣ ଦ୍ୱାରା ଆବିଷ୍କୃତ ହୋଇଥିଲା। ସେତେବେଳେ ଏହା କେବଳ ଅତି ବଡ଼ ଦୂରବୀଣକ୍ଷ ଯନ୍ତ୍ରରେ ଦୃଶ୍ୟମାନ ହେଉଥିଲା। ଆଜି ଧୂମକେତୁଟି ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଆଖିରେ ଦେଖାଯାଇଥିଲା। ଚଳିତ ଶତାବ୍ଦୀରେ ଖାଲି ଆଖିକୁ ଦେଖାଯାଉଥିବା ଏହା ପ୍ରଥମ ଧୂମକେତୁ। ଚଳିତ ବର୍ଷ ପ୍ରାରମ୍ଭରେ ଆସିଥିବା ୨ଟି ଧୂମକେତୁ ‘ଆଟ୍ଲାସ୍‍’ ଓ ‘ସ୍ୱାନ୍‍’ ଖାଲି ଆଖିରେ ଦେଖାନଯିବା ଜ୍ୟୋତିର୍ବଜ୍ଞାନୀମାନଙ୍କୁ ହତାଶ କରିଥିଲା। କିନ୍ତୁ ‘ସି/୨୦୨୦ ଏଫ୍‍୩’ ଧୂମକେତୁ ଦେଖାଯିବା ଭଳି ଏକ ଆକସ୍ମିକ ଘଟଣାରେ ବୈଜ୍ଞାନିକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଏହି ଧୂମକେତୁଟି ଜୁଲାଇ ୩ରେ ସୂର୍ଯ୍ୟଠାରୁ ୪.୪କୋଟି କିଲୋମିଟର ନିକଟକୁ ଆସିଥିବାବେଳେ ଏହା ଜୁଲାଇ ୨୨ରେ ୧୦.୩କୋଟି କିଲୋମିଟର ଦୂରତାରେ ପହଞ୍ଚିବ, ଯାହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories