www.samajalive.in
Monday, December 15, 2025
27.1 C
Bhubaneswar

ଇଭିଏମ୍‌ରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛନ୍ତି।  ବର୍ତ୍ତମାନଠାରୁ ପ୍ରାର୍ଥୀଙ୍କ ଫଟୋ ଇଭିଏମ୍ ବାଲଟ୍ ପେପରରେ ରଙ୍ଗୀନ୍ ମୁଦ୍ରିତ ହେବ। ଭଲ ଦେଖାଯିବା ପାଇଁ ପ୍ରାର୍ଥୀଙ୍କ ମୁହଁ ଫଟୋଗ୍ରାଫ୍‌ର ତିନି-ଚତୁର୍ଥାଂଶ ସ୍ଥାନରେ ରହିବ। କ୍ରମିକ ସଂଖ୍ୟା ଗୁଡିକ ମଧ୍ୟ ଅଧିକ ପ୍ରମୂଖ ଭାବରେ ପ୍ରଦର୍ଶିତ ହେବ। ସ୍ପଷ୍ଟତା ପାଇଁ ଫଣ୍ଟ ଆକାର ୩୦ ହେବ ଏବଂ ବୋଲ୍ଡ ଅକ୍ଷରରେ ଲେଖାଯିବ। ବିହାର ବିଧାନସଭା ନିର୍ବାଚନଠାରୁ ଏହାକୁ ଆରମ୍ଭ କରାଯିବ। ଇଭିଏମ୍ ବାଲାଟ୍‌ ପେପର ଗୁଡିକ ୭୦ ଜିଏସ୍‌ଏମ୍ କାଗଜରେ ମୁଦ୍ରିତ ହେବ।

ବିଧାନସଭା ନିର୍ବାଚନ ପାଇଁ ଗୋଲାପୀ କାଗଜ ବ୍ୟବହାର କରାଯିବ। ଏହି ପରିବର୍ତ୍ତନ ଭୋଟରଙ୍କ ପାଇଁ ସ୍ପଷ୍ଟତା ବୃଦ୍ଧି ଓ ଭୋଟିଂ ପ୍ରକ୍ରିୟାକୁ ସରଳ କରିବ। ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ, କିନ୍ତୁ ଅକ୍ଟୋବର କିମ୍ବା ନଭେମ୍ବରର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବାର ଆଶା କରାଯାଉଛି। ଦୀପାବଳି ଏବଂ ଛଟ୍ ପୂଜାକୁ ଆଖି ଆଗରେ ରଖି ନିର୍ବାଚନ ତାରିଖ ସ୍ଥିର କରାଯିବ। ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ୨୨ ନଭେମ୍ବର, ୨୦୨୫ରେ ଶେଷ ହେଉଛି, ତେଣୁ ତା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories