www.samajalive.in
Friday, December 5, 2025
20.1 C
Bhubaneswar

ପରଗଳପୁର/ଶ୍ୟାମସୁନ୍ଦରପୁର ବୁଦ୍ଧ ମନ୍ଦିର ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା: ବୁଦ୍ଧ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ହରଭଙ୍ଗା ବ୍ଲକର ରାମଗଡ଼ ପଂଚାୟତ ଅନ୍ତର୍ଗତ ପରଗଳପୁର ଏବଂ ଶ୍ୟାମସୁନ୍ଦରପୁର ଭଳି ଦୁଇ ଐତିହାସିକ ବୌଦ୍ଧ ପୀଠ ପରିଦର୍ଶନ କରିଛନ୍ତି। ବୁଦ୍ଧଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ମନ୍ଦିରର ଆବଶ୍ୟକତା ବିଷୟରେ ସ୍ଥାନୀୟ ସରପଞ୍ଚ, ଗାଁ ସଭାପତି ଏବଂ ସାଧାରଣ ଲୋକଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ମନ୍ଦିର ଉପରେ ଏକ ସେଡ୍ ନିର୍ମାଣ ସାଙ୍ଗକୁ ପାଖୋଡା ଡିଜାଇନର ଧର୍ମଶାଳା, ମେଡିଟେସନ ହଲ, ସୋଲାର ପାନୀୟ ପ୍ରକଳ୍ପ, ବନୀକରଣ, କମ୍ୟୁନିଟି ଶୌଚାଳୟ ଏବଂ ବିଶ୍ରାମଗୃହ ସବୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶ୍ୟାମସୁନ୍ଦରପୁର ବୌଦ୍ଧ ପୀଠର ଉନ୍ନତି ନିମନ୍ତେ ଗ୍ରାମ୍ୟ କମିଟି ସଭାପତିଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର ମଦନ ମୋହନ ପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ପୂର୍ବତନ ବୌଦ୍ଧ ତହସିଲଦାର ଦେବୀପ୍ରସାଦ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ସୂଚନା ଲୋକ ସମ୍ପର୍କ ଅଧିକାରୀ ରିତୀକାନ୍ତ ବଳିଆର ସିଂ, କନିଷ୍ଠ ଯନ୍ତ୍ରୀ ଜଗଦୀଶ ବୁଦୁଲା, ସରପଞ୍ଚ ପ୍ରଭାସିନୀ ଯୋଶୀ, ପୂର୍ବତନ ସରପଞ୍ଚ ନରେଶ ସେଠୀ, ପିଇଓ ବସନ୍ତ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories