www.samajalive.in
Saturday, December 13, 2025
27.1 C
Bhubaneswar

ପିପିଲିରେ ଜିଲ୍ଲାପାଳ ତଦାରଖ କଲେ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥା

ପିପିଲି, (ନି.ପ୍ର):ପୁରୀ ଜିଲାପାଳ ସମର୍ଥ ବର୍ମା ବୁଧବାର ପିପିଲି ବ୍ଲକ ଗସ୍ତରେ ଆସି ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ପିପିଲି ବ୍ଳକ ପରିସରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କରାଯାଇଥିବା ଭୋଟ୍‍ ଗଣତି କେନ୍ଦ୍ର ଓ ଆବଣ୍ଟନ କେନ୍ଦ୍ରକୁ ଜିଲାପାଳ ପରିଦର୍ଶନ କରିବା ସହ ସେଠାକାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହା ସହିତ ବ୍ଳକ ପରିସରରେ ହୋଇଥିବା ମିଶନ ଶକ୍ତି କାଫେକୁ ଜିଲାପାଳ ପରିଦର୍ଶନ କରିବା ସହ ସେଠାକାର ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ ।

ଏହା ପରେ ରାଜ୍ୟ ସରକାରଙ୍କ ୫ଟି ଅଧିନକୁ ଯାଇଥିବା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲକୁ ସେ ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟକୁ ତଦାରଖ କରିଥିଲେ । ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଚାଲିଥିବା ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ, ଅପଗ୍ରେଡ଼େଡ଼ ଲାବୋରେଟୋରୀ (ପ୍ରୟୋଗଶାଳା)ର କାର୍ଯ୍ୟକୁ ଜିଲାପାଳ ଅନୁଧ୍ୟାନ କରିଥିଲେ । ବିଦ୍ୟାଳୟ ପରିସର ଓ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ବୃକ୍ଷରୋପଣ, ଖେଳପଡିଆର ଉନ୍ନତୀକରଣ, କ୍ରୀଡା ଉପକରଣ, ବିଶୁଦ୍ଧ ପାନୀୟ ଜଳ ସୁବିଧା ଆଦି ସଂପର୍କରେ ସେ ପିପିଲି ବିଡିଓ ରଶ୍ମିତା ନାଥଙ୍କ ଠାରୁ ପଚାରି ବୁଝିଥିଲେ । ଜିଲାପାଳଙ୍କ ଏହି ଗସ୍ତ ସମୟରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର, ବିଡିଓ ରଶ୍ମିତା ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories