www.samajalive.in
Thursday, December 11, 2025
18.1 C
Bhubaneswar

ବାହାଘର ଭୋଜି ପାଇଁ ରଖିଥିଲେ ଛେଳି -୧୦ ଛେଳି ଚୋରି କରି ନେଲେ ଏହି କାରଣରୁ ଗୋଟାକୁ ଛାଡିଲେ

ବଲାଙ୍ଗିର, (କାର୍ଯ୍ୟାଳୟ)-ବୁଧୁବାର ପୁଅ ବାହା ଘର ପାଇଁ ମାଟି ପକା କାର୍ଯ୍ୟକ୍ରମ ରହିଥିଲା । ଗୁରୁବାର ବାହା ଘର । ଭୋଜି ପାଇଁ ୧୧ଟି ଛେଳି ରଖିଥିଲେ ପରିବାର ଲୋକେ । ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ୧୦ଟି ଛେଳି ଚୋରି ହୋଇ ଯାଇଥିବା ସଂପର୍କରେ ବଲାଙ୍ଗିର ସହରାଞ୍ଚଳ ଥାନାରେ ଅଭିଯୋଗ ହୋଇଛି ।

ବଲାଙ୍ଗିର ସହରର କନ୍ଧପାଲିପଡ଼ାରେ ପରିବାର ସହ ରହନ୍ତି ସୁରୁବୁଇ ବଗର୍ତ୍ତି । ପୁଅ ବାହା ଘର ଭୋଜି ପାଇଁ ସେ ୧୧ଟି ଛେଳି ରଖିଥିବା ବେଳେ ସେଥିରୁ ୧୦ଟି ଛେଳି ଚୋରି ହୋଇଯାଇଥିବା ସଂପର୍କରେ ବୁଧୁବାର ବଲାଙ୍ଗିର ସହରାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କରିଥିବା ସୁରୁବୁଇଙ୍କ କହିବା ଅନୁସାରେ, ବହୁ କଷ୍ଟରେ କାମ କରି ଟଙ୍କା ସଞ୍ଚିଥିଲୁ । ମାସେ ପୂର୍ବରୁ ଦେଢ ଲକ୍ଷ ଟଙ୍କା ଦେଇ ୧୧ଟି ଛେଳି କିଣିଥିଲୁ । ପୁଅ ବାହା ଘର ଭୋଜି ପାଇଁ ଏହି ଛେଳି ରଖାଯାଇଥିଲା । ବୁଧୁବାର ଭୋର ୫ଟାରେ ଦେଖିଲା ବେଳକୁ ଛେଳି ରଖାଯାଇଥିବା କଠୋରୀର ତାଲା ଭଙ୍ଗା ଯାଇଛି । ଝାଡା ହେଉଥିବା ଗୋଟିଏ ଛେଳିକୁ ଛାଡିଦେଲେ ଆଉ ୧୦ଟି ଛେଳିକୁ ଚୋରମାନେ ନେଇଯାଇଛନ୍ତି । ମୁଣ୍ଡ କାମ ଦେଉନି । ସବୁ ଖୁସି ଭାଙ୍ଗି ଗଲା । ବାହା ଘର ପାଇଁ କୁଣିଆମାନେ ଘରେ । ଛେଳି ଚୋରି ସଂପର୍କରେ ଜାଣିବା ପରେ ସଙ୍ଗେ ସଙ୍ଗେ ସହରାଞ୍ଚଳ ଥାନାକୁ ସକାଳ ୫ଟାରେ ଅଭିଯୋଗ କରିବାକୁ ଆସିଥିଲୁ । ପୁଲିସ ଘରକୁ ଯାଇ ଦେଖିବା ସହ ଫେରି ଆସିଥିଲା । ଘରେ ଗୋଟିଏ କୁକୁର ବି ଅଛି । ସେ ବାହର ଲୋକଙ୍କୁ ଦେଖିଲେ ଭୁକେ । କିନ୍ତୁ ମଙ୍ଗଳବାର ରାତିରେ ସେ ବି ଭୁକିଲା ନାହିଁ କହିଛନ୍ତି ସୁରୁବୁଇ । ଛେଳି ଚୋରଙ୍କୁ ଧରିବା ସହ ତାଙ୍କ ଛେଳି ଖୋଜି ବାହାର କରିବାକୁ ସେ ଥାନାରେ ଗୁହାରି କରିଛନ୍ତି ।

- Advertisement -

ବଲାଙ୍ଗିର ସହର ତଥା ଗ୍ରାମାଞ୍ଚଳରେ ଛେଳି ଚୋରି ସାଧାରଣ କଥାରେ ପରିଣତ ହୋଇଛି । କିଛି ମାସ ତଳେ ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ ଯିବା ରାସ୍ତାରେ ଜଣଙ୍କ ଘରୁ ମଧ୍ୟ ଛେଳି ଚୋରି ହୋଇଥିଲା । ସିସି ଟିଭିରେ ଏହି ଚୋରିର ଦୃଶ୍ୟ ଉତ୍ତଳନ ହୋଇଥିଲା । କିନ୍ତୁ ପୁଲିସ ଚୋରଙ୍କୁ ଠାବ କରିପାରିଲା ନାହିଁ । ଏହି ଛେଳି ଚୋରି ପଛରେ ଏକ ଗୋଷ୍ଠୀ ସାମିଲ ରହିଥିବା ସନ୍ଦେହ ହେଉଛି । ପୁଲିସ ଛେଳି ଚୋରି ମାମଲାକୁ ହାଲୁକା ଭାବେ ନନେଇ ତଦନ୍ତ କଲେ ଏହି ଛେଳି ଚୋର ଗୋଷ୍ଠୀ ଧରାପଡିପାରନ୍ତେ ବୋଲି ମତପ୍ରକାଶ ପାଇଛି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories