www.samajalive.in
Sunday, December 14, 2025
18.1 C
Bhubaneswar

ଆକରମ୍ୟାନଙ୍କ ଟ୍ବେଣ୍ଟି୨୦ ବିଶ୍ବରେକର୍ଡ

ଲଣ୍ଡନ୍ : ଦକ୍ଷିଣ ଆଫ୍ରିକାର କଲିନ୍ ଆକରମ୍ୟାନ୍ ଟ୍ବେଣ୍ଟି୨୦ କ୍ରିକେଟରେ ନୂତନ ବିଶ୍ବରେକର୍ଡ ପ୍ରତିଷ୍ଠା କରିଛନ୍ତି। ବିଶ୍ବର ପ୍ରଥମ ବୋଲର ଭାବେ ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ କାମଚଳା ଅଫ୍‌ସ୍ପିନର କଲିନ୍ ଆକରମ୍ୟାନ୍ ୭ଟି ୱିକେଟ ନେଇଛନ୍ତି। ବୁଧବାର ଇଂଲଣ୍ଡରେ ଆୟୋଜିତ ଟ୍ବେଣ୍ଟି୨୦ ଲିଗ୍‌ ମ୍ୟାଚ୍‌ରେ ବର୍ମିଂହାମ୍ ବିଅର୍‌ସ ବିପକ୍ଷ ମ୍ୟାଚ୍‌ରେ ଲିସ୍‌ଷ୍ଟରସାୟର ପାଇଁ ଖେଳି ଆକରମ୍ୟାନ୍ ୪ ଓଭରରୁ ୧୮ ରନ୍‌ଦେଇ ୭ଟି ୱିକେଟ ନେଇଥିଲେ। ଏହି ମ୍ୟାଚ୍‌ରେ ଲିସ୍‌ଷ୍ଟରସାୟର ୫୫ ରନ୍‌ରେ ବିଜୟୀ ହୋଇଥିଲା। କୌଣସି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୭/୧୮ ସର୍ବଶ୍ରେଷ୍ଠ ବୋଲିଂ ଫିଗର। ପୂର୍ବରୁ ୨୦୧୧ରେ ସମରସେଟ୍‌ର ଆରୁଲ ସୁପିଆ ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୫ ରନ୍‌ଦେଇ ୬ଟି ୱିକେଟ ନେଇଥିଲେ। ତାଙ୍କୁ ଛାଡ଼ି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୬ଟି ୱିକେଟ ନେଇଥିବା ବୋଲର ହେଲେ ସାକିବ୍ ଅଲ୍‌ ହାସନ୍, ଲାସିଥ୍ ମାଲିଙ୍ଗା, କାଏଲ୍‌ ଜେମିସନ୍, ଅଜନ୍ତା ମେଣ୍ଡିସ୍, ଫାଫାମା ଫୋଜେଲା ଓ ଇସ୍ ସୋଢ଼ି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories