www.samajalive.in
Sunday, December 14, 2025
14.1 C
Bhubaneswar

ଆମ ସେନା ପ୍ରସ୍ତୁତ : ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହିତ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ପୃଥକ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତି ନେବା ଫଳରେ ଗତ ୭୦ ବର୍ଷ ଧରି ଲୋକମାନେ ଭୋଗୁଥିବା ଭେଦଭାବ ଦୂର ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରକାଶ କହିଛନ୍ତି। ଗୁରୁବାର ନୂଆଦିଲ୍ଲୀଠାରେ ଇନଷ୍ଟିଚ୍ୟୁଟ ଅଫ ଡିଫେନ୍ସ ଷ୍ଟଡିଜ ଆଣ୍ଡ ଆନାଲିସିସର ବାର୍ଷିକ ସାଧାରଣ ପରିଷଦ ବୈଠକକୁ ଉଦବୋଧନ ଦେଇ ରାଜନାଥ ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଏହି ପ୍ରସଙ୍ଗର ସ୍ଥାୟୀ ସମାଧାନ ଖୋଜିବା ଲାଗି ପ୍ରାରମ୍ଭିକ ପ୍ରସ୍ତୁତି କରାଯାଇଥିଲା। ସେ କହିଥିଲେ ଯେ ପଡ଼ୋଶୀ ଦେଶ ଏଥିରେ ଖୁସି ନାହିଁ ଏବଂ ଶାନ୍ତି ଭଙ୍ଗ କରିବା ଲାଗି ପ୍ରୟାସ କରୁଛି। ଆମ ସେନା ସୁରକ୍ଷା ଆହ୍ୱାନକୁ ଗ୍ରହଣ କରିଛି ଏବଂ ଯେକୌଣସି ପ୍ରକାର ବିପଦର ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି।

ଆଇଡିଏସଏକୁ ସାବଧାନତାପୂର୍ବକ ଏବଂ ପାଂଚଟି ଦିଗରୁ ବିଶ୍ଳେଷଣ କରିବା ଲାଗି ରାଜନାଥ ଆହ୍ୱାନ ଦେଇଛନ୍ତି। ଭୂମି, ବାୟୁ ଏବଂ ସମୁଦ୍ରରୁ ପାରମ୍ପରିକ ବିପଦ ବ୍ୟତୀତ ସାଇବର ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ନୂତନ ବିପଦ ସାମ୍ନାକୁ ଆସିଛି। ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ସରକାର ପ୍ରଥମେ ପଡ଼ୋଶୀ ନୀତି ଆପଣାଇଥିଲେ, ଯାହା ଆମ ପଡ଼ୋଶୀ ଦେଶ ସହିତ ଭାରତକୁ ଲାଗିଥିବା ଭୂମି ଏବଂ ସାମୁଦ୍ରିକ ସୀମାକୁ ପ୍ରତିପାଦିତ କରୁଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ମାଳଦ୍ୱୀପକୁ ତାଙ୍କର ପ୍ରଥମ ଯାତ୍ରା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମୋଜାମ୍ବିକ ଯାତ୍ରା ସମୟରେ ଏହାର ବିଶେଷ ପ୍ରଭାବ ପଡ଼ିଥିଲା।

Hot this week

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

Related Articles

Popular Categories