ୱିଲିୟମ୍‌ସନଙ୍କ ଜନ୍ମଦିନରେ କେକ୍ କାଟିଲେ ଶ୍ରୀଲଙ୍କା ପ୍ରଶଂସକ

କାଟୁନାୟକେ (ଶ୍ରୀଲଙ୍କା) : ଗୁରୁବାର ଏଠାରେ ଶ୍ରୀଲଙ୍କା ବୋର୍ଡ ସଭାପତି ଏକାଦଶ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ମଧ୍ୟରେ ୩-ଦିନିଆ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଛି। ଗୁରୁବାର ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମ୍‌ସନ୍‌ଙ୍କର ୨୯ତମ ଜନ୍ମଦିନ ଥିଲା। ଏହା ପୂର୍ବରୁ ଜାଣିଥିଲେ କିଛି ସ୍ଥାନୀୟ ସମର୍ଥକ। ସେମାନେ ଏକ କେକ୍ ଆଣି ଅପେକ୍ଷା କରି ରହିଥିଲେ। ୱିଲିୟମ୍‌ସନ୍ ବାଉଣ୍ଡରୀ ପାଖକୁ ଆସିବା ମାତ୍ରେ ସେମାନେ ତାଙ୍କୁ ଡାକି କେକ୍ କାଟିବାକୁ ଅନୁରୋଧ କରିିଥିଲେ। ୱିଲିୟମ୍‌ସନ ସେମାନଙ୍କ ଅନୁରୋଧରେ ଯାଇ କେକ୍ କାଟିଥିଲେ ଏବଂ ଏହି ପ୍ରଶଂସକଙ୍କୁ ଖୁଆଇ ଦେଇଥିଲେ। ଏପରି ନିଆରା ଜନ୍ମଦିନ ପାଳନ ଯୋଗୁଁ ବହୁତ ଖୁସି ହୋଇଥିଲେ ୱିଲିୟମ୍‌ସନ୍ ଏବଂ ଶ୍ରୀଲଙ୍କାର ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଥିଲେ। ସାରାବିଶ୍ବରେ କେନ୍ ୱିଲିୟମ୍‌ସନଙ୍କର ଅଗଣିତ ପ୍ରଶଂସକ ଅଛନ୍ତି। ଗତ ବିଶ୍ବକପ୍‌ରେ ତାଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ରନର୍ସଅପ୍ ହୋଇଥିବା ବେଳେ ୱିଲିୟମ୍‌ସନ୍ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ୯ ବର୍ଷର ଆନ୍ତର୍ଜାତିକ କ୍ରିକେଟ ଜୀବନରେ କେନ୍ ୱିଲିୟମ୍‌ସନ୍

Comments are closed.