୩୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିକାଶ ପଥେ ମୟୂରଭଞ୍ଜ’କାର୍ଯ୍ୟକ୍ରମରେ କପ୍ତିପଦା ଉପଖଣ୍ଡ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ପ୍ରାୟ ୨୭୫ କୋଟି ଟଙ୍କା ବିନିଯୋଗରେ ୧୦୬ ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି। ରାଜ୍ୟର ବିକାଶରେ ଏହା ନୂତନ ଫର୍ଦ୍ଦ ଯୋଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କପ୍ତିପଦା ଉପଖଣ୍ଡରେ ଶୁଭାରମ୍ଭ ଓ ଶିଳାନ୍ୟାସ ହୋଇଥିବା ୩୭୫ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର, ଜଳାଶୟ ଉନ୍ନତିକରଣ, ଜନ ସେବା କେନ୍ଦ୍ର, ଜନ ସ୍ୱାସ୍ଥ୍ୟ କେନ୍ଦ୍ର, ସମବାୟ ସଂସ୍ଥା, ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ମନ୍ଦିର ଓ ବାଥୁଡି ସମ୍ପ୍ରଦାୟ ପାଇଁ ଗୋଟିଏ କମ୍ୟୁନିଟି ସେଣ୍ଟର ରହିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଦେଶ ଓ ରାଜ୍ୟର ଏହି ମହାନ୍‌‌ ଲକ୍ଷ୍ୟ ପୂରଣରେ ମୟୂରଭଞ୍ଜର ମଧ୍ୟ ବିଶେଷ ଭୂମିକା ରହିବ। ସେହି ସ୍ୱପ୍ନକୁ ବାସ୍ତବତାର ରୂପ ଦେବାପାଇଁ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ‘ ଧାରାରେ ସାଥି ହୋଇ ବିଶ୍ୱାସର ସେତୁ ବନ୍ଧ ତିଆରି କରିବା ପାଇଁ ଆହ୍ୱାନ ଦେଇଛନ୍ତି।

Comments are closed.