www.samajalive.in
Tuesday, December 9, 2025
19.1 C
Bhubaneswar

ଜାନୁଆରୀ ୨୬ରୁ ରାଜଧାନୀରେ ଆଦିବାସୀ ମେଳା

ଭୁବନେଶ୍ଵର: ଆସନ୍ତା ୨୬ ତାରିଖରୁ ରାଜଧାନୀରେ ଆଦିବାସୀ ମେଳା ଅନୁଷ୍ଠିତ ହେବ । ଏଥିଲାଗି ଆଦିବାସୀ ପଡିଆରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ସହରୀ ପରିବେଶରେ ଦେଖିବାକୁ ମିଳିବ ଗାଁର ଆସର। ଚଳିତବର୍ଷ ଜାନୁଆରୀ ୨୬ ତାରିଖରୁ ମେଳା ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ଲାଗି ଖୋଲା ରହିବ । ୨୬ ତାରିଖ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଜାତି , ଜନଜାତିର ଲୋକ ଏଥିରେ ଅଂଶଗ୍ରହଣ କରିବେ । ମେଳାରେ ଆଦିବାସୀ ସଂପ୍ରଦାୟର ଘରକରଣା ଜିନିଷ , ଖାଦ୍ୟପେୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଖିବାକୁ ମିଳିବ। ଏଥିସହିତ ଆଦିବାସୀ ପରମ୍ପରା ସହ ଜଡ଼ିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଲୋକଙ୍କ ମନ ମୋହିବ । ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, ଏବଂ ଜୀବନଯାପନ ଶୈଳୀକୁ ରାଜ୍ୟବାସୀଙ୍କ ସହ ପରିଚିତ କରାଇବା ଏହି ମେଳା ଆୟୋଜନର ମୁଖ୍ୟ ଲକ୍ଷ୍ୟ ରହିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories