www.samajalive.in
Monday, December 15, 2025
14.1 C
Bhubaneswar

କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର : ୨୦ ଲକ୍ଷ ଟନ୍ ବଳକା ଚାଉଳ ନେବାକୁ ଅନୁରୋଧ

ଭୁବନେଶ୍ବର : ଖରିଫ ବିପଣନ ବର୍ଷ ୨୦୨୨-୨୩ରେ ଓଡ଼ିଶାରେ ୨୦ଲକ୍ଷ ଟନ୍ ଚାଉଳ ବଳକା ରହିଯିବ। ଏହି ବଳକା ଚାଉଳ କେନ୍ଦ୍ର ସରକାର ନ ଉଠାଇଲେ ଆଗାମୀ ଋତୁରେ ଧାନ ସଂଗ୍ରହ କାର୍ଯ୍ୟ ଗଭୀର ବାଧାପ୍ରାପ୍ତ ହେବ। ରାଜ୍ୟର ଲକ୍ଷଲକ୍ଷ ଚାଷୀଙ୍କ ଜୀବନଜୀବିକାକୁ ଏହା ପ୍ରଭାବିତ କରିବ। ଏହାକୁ ଦୃଷ୍ଟିରେ ରଖି ୨୦ଲକ୍ଷ ମେଟ୍ରିକ୍ ଟନ୍ (୧୭ ଲକ୍ଷ ଟନ୍ ଉଷୁନା ଏବଂ ୩ ଲକ୍ଷ ଟନ୍ ଅରୁଆ) ଅତିରିକ୍ତ ଚାଉଳ ଉଠାଯାଉ। ଏଥିପାଇଁ ଆବଶ୍ୟକ ନିର୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ି ଏହି ମର୍ମରେ ପତ୍ର ଲେଖିଛନ୍ତି।
ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଚଳିତ ଖରିଫ୍ ଋତୁରେ ରେକର୍ଡସଂଖ୍ୟକ ୧୪ଲକ୍ଷ ୯୪ ହଜାର ୩୨୦ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି। ଖରିଫ ବିପଣନ ବର୍ଷ ୨୦୨୨-୨୩ ଆସନ୍ତା ୩୧ରେ ସମାପ୍ତ ହେଉଛି। ପ୍ରାୟ ୬୫.୨୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ (୪୪.୨୩ ଲକ୍ଷ ମେଟ୍ରିକ୍ ଟନ୍ ପରିମାଣର ଚାଉଳ) ଗତ ୨୨ ତାରିଖ ସୁଦ୍ଧା ସଂଗ୍ରହ ହୋଇଛି। ଚାଷୀଙ୍କଠାରୁ ଧାନ କିଣିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବାବଦରେ ପ୍ରାୟ ୧୩,୦୮୧ କୋଟି ଟଙ୍କା ପଠାସରିଛି। ଆଉ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ହେବା ନେଇ ଆଶା କରାଯାଉଛି। ମୋଟ୍ ୫୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଖରିଫ୍ ବିପଣନ ବର୍ଷ ୨୦୨୨-୨୩ରେ ସଂଗ୍ରହ ହେବାର ସମ୍ଭାବନା‌ ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ଅନ୍ୟ କଲ୍ୟାଣକାରୀ କାର୍ଯ୍ୟକ୍ରମ ଜରିଆରେ ୨୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବ୍ୟବହୃତ ହେବ। କେନ୍ଦ୍ର ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ୧୦.୩୩ ଲକ୍ଷ ମେଟ୍ରିକ୍ ଟନ୍ (ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ଟନ୍ ଏବଂ ଦ୍ବିତୀୟ ପର୍ଯ୍ୟାୟ‌େ‌ର ୬.୩୩ ଲକ୍ଷ ଟନ୍) ଭିଟାମିନଯୁକ୍ତ ଉଷୁନା ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଜରିଆରେ ଓଡ଼ିଶାରୁ ୨୦୨୨-୨୩ ଖରିଫ୍‌ ବିପଣନ ବର୍ଷରେ ସଂଗ୍ରହ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏଥିଯୋଗୁଁ ରାଜ୍ୟରେ ପାଖାପାଖି ୨୦ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ରହିଯିବ। ତେଣୁ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଅତିରିକ୍ତ ୨୦ଲକ୍ଷ ଟନ୍ ବଳକା ଚାଉଳ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories