mission shakti banner

ଆଖଣ୍ଡଳମଣି ପୀଠ ବିକାଶ ପାଇଁ ୬କୋଟି ଟଙ୍କା ମଞୁର

BSKY banner  750×100
0

.ଆରଡି: ମାର୍ଚ୍ଚ ୨ ଶନିବାର ଦିନ ଦିନକିଆ ଭଦ୍ରକ ଜିଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଚାନ୍ଦବାଲିଠାରେ ଅନୁଷ୍ଠିତ ସାଧାରଣର ସଭାରେ ଯୋଗ ଦେଇ ସର୍ବପ୍ରଥମେ ପବିତ୍ର ମହାଶିବରାତ୍ରି ଅବସରରେ ଜିଲା ତଥା ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜିଲାର ଆରାଧ୍ୟଦେବ ତଥା ରାଜ୍ୟର ବହୁ ପୁରାତନ ଶୈବକ୍ଷେତ୍ର ଓ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଉନ୍ନତି ନିମନ୍ତେ ରାଜ୍ୟ ରାଜକୋଷରୁ ୬କୋଟି ଟଙ୍କା ମଞୁର ହୋଇଥିବା ଘୋଷଣା କରିଥିଲେ। ଏଥିସହ ମରାମତି ଅଭାବରୁ ପୀଠରେ ବର୍ଷବର୍ଷ ଧରି ପଡି ରହିଥିବା ରାଜ୍ୟ ପର୍ଯ୍ୟଟନ ପାନ୍ଥନିବାସର ପୁନରୁଦ୍ଧାର ପାଇଁ ୧କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଶିଳାନ୍ୟାସ କରିଥିଲେ। ଯାହାକୁନେଇ ଶ୍ରଦ୍ଧାଳୁ ଭକ୍ତଙ୍କ ମହଲରେ ଖୁସି ଖେଳି ଯାଇଛି। ବିଶେଷକରି ମନ୍ଦିର ଟ୍ରଷ୍ଟବୋର୍ଡର ସଭ୍ୟ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟ ସଫଳ ହୋଇଥିବା ସ୍ଥାନୀୟ ବୁଦ୍ଧିଜିବୀ ପ୍ରକାଶ କରିଛନ୍ତି। ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ଵ ହେବ ପୀଠର ବିକାଶ ପାଇଁ କରାଯାଇଥିବା ଯୋଜନା ଓ ସମ୍ପ୍ରସାରଣକୁ ନେଇ ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନ ଅର୍ଥାଭାବରୁ ଅଟକି ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମାଷ୍ଟରପ୍ଲାନ ବାସ୍ତବ ରୂପରେଖ ନେବା ସହିତ କାର୍ଯ୍ୟକାରୀ ହେବ ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ପ୍ରାଥମିକ ଭାବେ ଭୋଗ ମଣ୍ଡପ, ଭକ୍ତ ଉପାସନାସ୍ଥଳୀ, ଶିଶୁ ଉଦ୍ୟାନ, ପୁଷ୍ପ ଉଦ୍ୟାନର ସୈାନ୍ଦର୍ଯ୍ୟକରଣ, ଭକ୍ତମାନଙ୍କ ଦର୍ଶନ ନମନ୍ତେ ପାଦଚଲା ରାସ୍ତା ଆଦି କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସମୟରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସହ ସାଂସଦ ଅର୍ଜୁନ ସେଠୀ, ମନ୍ତ୍ରୀ ପ୍ରଫୁଲ ସାମଲ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବିଧାୟକ ଯୁଗୋଳକିଶୋର ପଟନାୟକ, ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପ୍ରତିନିଧି, ଜିଲାପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ଭଦ୍ରକ ଜିଲାପାଳ ଜ୍ଞାନ ଦାସ ଓ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply