www.samajalive.in
Monday, December 15, 2025
16.1 C
Bhubaneswar

ପୁଞ୍ଜିନିବେଶ ପାଇଁ ଓଡ଼ିଶା ଭାରତରେ ଅନ୍ୟତମ ଶ୍ରେଷ୍ଠ ରାଜ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଉଭା ହୋଇଛି ଏବଂ ଏହା ଗତ ଦେଢ଼ ଦଶନ୍ଧି ମଧ୍ୟରେ ଜାତୀୟ ହାର ଠାରୁ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବୁଧବାର ଜାପାନ ରାଜଧାନୀ ଟୋକିଓରେ ଅନୁଷ୍ଠିତ ‘ଓଡ଼ିଶା ବିଜିନେସ୍‌‌ ମିଟ୍‌‌’ରେ ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ, ରାଜ୍ୟର ପ୍ରାକୃତିକ ସମ୍ପଦ ଯୋଗୁଁ ଏହା ଶିଳ୍ପ ନିବେଶର ଲକ୍ଷ୍ୟସ୍ଥଳ ପାଲଟିପାରିଛି। ଦକ୍ଷ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଏବଂ ଉତ୍ତମ ଶାସନ ବ୍ୟବସ୍ଥା ଯୋଗୁଁ ନିବେଶକମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏବେ ଓଡ଼ିଶା ଭାରତରେ ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶା ସରକାର, ଜାପାନରେ ଥିବା ଭାରତୀୟ ଦୂତାବାସ, ଜାପାନ ବର୍ହିବାଣିଜ୍ୟ ସଂଗଠନ ଜେଟ୍ରୋ ଏବଂ ଫିକିର ମିଳିତ ସହଯୋଗରେ ଅନୁଷ୍ଠିତ ‘ଓଡ଼ିଶା ବିଜିନେସ ମିଟ୍‌‌’ରେ ଜେଟ୍ରୋର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କାଜୁୟା ନାକାଜୋ, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଇପିକଲ ଓ ଫିକିର ସଦସ୍ୟ ଏବଂ ଜାପାନର ବିଭିନ୍ନ ଶିଳ୍ପର ପ୍ରତିନିଧିମାନେ ଯୋଗ ଦେଇଛନ୍ତି।


ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିବାବେଳେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ୫-ଟି ସଚିବ ଭି.କେ ପାଣ୍ଡିୟାନ ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି, ରାଜ୍ୟର ନାଗରିକଙ୍କୁ ଉତ୍ତମ ସେବା ଯୋଗାଇବା ସହ ବ୍ୟବସାୟକୁ ସମୃଦ୍ଧ କରିବା ଲାଗି ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। ଏହି ଅବସରରେ ସେ ସେଠାରେ ଉପସ୍ଥିତ ଥିବା ଶିଳ୍ପଦ୍ୟୋଗୀମାନଙ୍କୁ ସେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ଲାଗି ଆମନ୍ତ୍ରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜାପାନର ୨୦୦ରୁ ଅଧିକ ବୃହତ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories