www.samajalive.in
Saturday, December 6, 2025
16.1 C
Bhubaneswar

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ

ଭୁବନେଶ୍ବର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଲୋକମାନଙ୍କର ଅଂଶଗ୍ରହଣ ଓ ଉତ୍ସାହରେ ମୁଁ ବହୁତ ଖୁସି। ଯେ କୌଣସି ବିକାଶ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଲୋକଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ଓ ଟେକନୋଲୋଜିର ପ୍ରୟୋଗରେ ଏହି ବିକାଶ କାର୍ଯ୍ୟକ୍ରମ ଏକ ଶ୍ରେଷ୍ଠ ଉଦାହରଣ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆଜି ରାଜ୍ୟର ସବୁ ପଞ୍ଚାୟତ ଓ ସବୁ ବ୍ଲକରେ ପହଞ୍ଚି ଓଡିଶାର ଗ୍ରାମାଞ୍ଚଳ ବିକାଶରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ଏହି ସମୟ ମଧ୍ୟରେ ସମସ୍ତ ୩୧୪ ବ୍ଲକର ୬୭୯୮ ପଞ୍ଚାୟତରେ ୬୨୮୫୭ ପ୍ରକଳ୍ପ ପାଇଁ ୧୫୫୪.୪୧ କୋଟି ଟଙ୍କା ମଞ୍ଜୁର ହୋଇଛି।

- Advertisement -

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମଙ୍ଗଳବାର ଦିନ ୬ଟି ଜିଲାର ୮ଟି ବ୍ଲକ ପାଇଁ ୩୯.୫୩କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ ଗୁଡିକ ହେଲା – ନୟାଗଡା ଜିଲାର ଦଶପଲ୍ଲା, ଜଗତସିଂହପୁର ଜିଲାର ଜଗତସିଂହପୁର ସଦର ଓ ନୂଆଗାଁ, ଝାରସୁଗୁଡା ଜିଲାର ଲଖନପୁର, ବଲାଙ୍ଗୀର ଜିଲାର ଖପରାଖୋଲ  ଓ ବେଲପଡା, ଖୋର୍ଦ୍ଧା ଜିଲାର ବାଲିପାଟଣା ଓ ରାୟଗଡା ଜିଲାର ଗୁଣୁପୁର ବ୍ଲକ।

ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିରୋଧୀ ଦଳ ନେତା, ସାଂସଦ, ବିଧାୟକ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଜିଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

 

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories