www.samajalive.in
Saturday, December 6, 2025
26.1 C
Bhubaneswar

ପରକୀୟା ପ୍ରୀତି: ସ୍ୱାମୀଙ୍କୁ ହତ୍ୟା ପାଇଁ ୧୬ ଲକ୍ଷ ଟଙ୍କା ସୁପାରି

ନୂଆଦିଲ୍ଲୀ: ପ୍ରେମରେ ପଡ଼ିଛି ସ୍ୱାମୀ! ଏହି ସନ୍ଦେହର ବଶବର୍ତ୍ତୀ ହୋଇ ସ୍ୱାମୀଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ସ୍ତ୍ରୀ। ଏଥିପାଇଁ ଭଡ଼ାଟିଆ ଗୁଣ୍ଡାଙ୍କୁ ୧୬ଲକ୍ଷ ଟଙ୍କା ଦେଇଥିଲେ। ଏଭଳି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ପୁଲିସ
ରବିବାର ଗୁରୁଗ୍ରାମର ଏକ ଖାଲ ମଧ୍ୟରୁ ଅଖା ମଧ୍ୟରେ ଶକ୍ତ ଦୌଡ଼ିରେ ବନ୍ଧା ଯାଇଥିବା ଏକ ମୃତଦେହ ମିଳିଥିଲା। ମୃତକ ଜଣକ ୩୭ବର୍ଷ ବୟସ୍କ ଯୋଗେଶ ସିଂହ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା। ଯୋଗେଶଙ୍କ ଶରୀରର ଏକାଧିକ ସ୍ଥାନରେ ଅସଂଖ୍ୟ ଆଘାତର ଚିହ୍ନ ଥିଲା। ଆଘାତର ଚିହ୍ନ ପ୍ରମାଣିତ କରୁଥିଲା ହତ୍ୟା ପୂର୍ବରୁ ନୃସଂଶ ଭାବେ ଦିଆଯାଇଥିବା ଶାରୀରିକ ନିର୍ଯାତନା।
ପ୍ରାରମ୍ଭିକ ଜେରା ବେଳେ ପତ୍ନୀ ସୁଇଟିଙ୍କ କଥାବାର୍ତ୍ତାରେ ଅସଙ୍ଗତି ଜଣାପଡ଼ିଥିଲା। ଏ ସମ୍ପର୍କରେ ବିସ୍ତୃତ ଜେରା ଆରମ୍ଭ ହେବାରୁ ଭାଙ୍ଗି ପଡ଼ିଥିଲା ସୁଇଟି। ତେଣୁ ସୁଇଟି ଓ ତାଙ୍କ ଭାଇ ସୁଭାଷଙ୍କୁ ଗିରଫ କରିଛି ପୁଲିସ। ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ ୫ଜଣଙ୍କୁ ଉକ୍ତ ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତିମାନେ ଦିଲ୍ଲୀ ଓ ଉତ୍ତରପ୍ରଦେଶ ଅଞ୍ଚଳବାସୀ। ଯୋଗେଶ ଓ ସୁଇଟି ଉଭୟେ ହରିୟାନାର ବାସିନ୍ଦା। ଉଭୟେ ଗୁରୁଗ୍ରାମରେ ବସବାସ କରୁଥିବାବେଳେ ସ୍ୱାମୀର ଅନ୍ୟ କାହା ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରୁଥିଲା ସୁଇଟି। ଏହି ସନ୍ଦେହ କ୍ରମଶଃ ଦୃଢ଼ୀଭୂତ ହେବାରୁ ଭାଇ ସୁଭାଷଙ୍କ ସହଯୋଗରେ ଭଡ଼ାଟିଆ ଗୁଣ୍ଡାଙ୍କ ଦ୍ୱାରା ସ୍ୱାମୀଙ୍କ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ସୁଇଟି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories