www.samajalive.in
Sunday, December 14, 2025
17.1 C
Bhubaneswar

ଆଇଏସସି ଦ୍ବାଦଶ ଫଳ ୯୯.୩୮%

ଭୁବନେଶ୍ବର : କାଉନସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍ସ(ସିଆଇଏସସିଇ) ଦ୍ବାରା ପରିଚାଳିତ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସସି) ଦ୍ବାଦଶ ପରୀକ୍ଷା ଫଳ ରବିବାର ଅପରାହ୍ଣ ୫ଟାରେ ପ୍ରକାଶ ପାଇଛି। ଚଳିତ ବର୍ଷ ଦେଶରେ ମୋଟ ପାସହାର ୯୯.୩୮ ପ୍ରତିଶତ ହୋଇଛି। ଛାତ୍ରଙ୍କୁ ପୁଣି ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ପାସହାର ୯୯.୨୬ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସହାର ୯୯.୫୨ ପ୍ରତିଶତ ରହିଛି। ଟପ୍ପର ତାଲିକାରେ ମୋଟ ୧୮ ଛାତ୍ରଛାତ୍ରୀ ସମାନ ନମ୍ବର ରଖି ରାଙ୍କ ୧ ନଂରେ ସ୍ଥାନ ପାଇଛନ୍ତି। ଗୁରୁଗାଓଁ ସ୍କଟିସ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ଅନନ୍ଦିତା ମିଶ୍ର ଓ ଏସଏମଟି ସୁଲୋଚନା ଦେବୀ ସିଙ୍ଘାଣିଆ ସ୍କୁଲର ଛାତ୍ରୀ ଉପାସନା ନନ୍ଦିଙ୍କ ପରି ୧୮ ଜଣ ସମାନ ୩୯୯ ନମ୍ବର ରଖି ପ୍ରଥମ ସ୍ଥାନରେ ଅଛନ୍ତି।
ଓଡ଼ିଶାରୁ ବ୍ରହ୍ମପୁରସ୍ଥିତ ଡିଇ ପାଉଲ ସ୍କୁଲର ଛାତ୍ରୀ ପ୍ରଜ୍ଞା ମିଶ୍ର ୩୯୭ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଥିବା ବେଳେ ସେହି ସ୍କୁଲର ଛାତ୍ରୀ ସୌମ୍ୟା ପଟ୍ଟନାୟକ ଓ ରାଉରକେଲାର ଚିନ୍ମୟୀ ବିଦ୍ୟାଳୟ (ଇ.ଏମ) ଛାତ୍ର ଲଲିଟେନ୍ଦୁ ଜଗଜ୍ୟୋତି ମିଶ୍ର ୩୯୫ ନମ୍ବର
ଲେଖାଏଁ ରଖି ଦ୍ବିତୀୟ ସ୍ଥାନରେ ଅଛନ୍ତି। ରାଉରକେଲାର ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲ ବିଦ୍ୟାଳୟର ଛାତ୍ରୀ ସ୍ନେହା ମିଶ୍ର ୩୯୪ ନମ୍ବର ରଖିଥିବା ଜଣାପଡିଛି। ରାଜ୍ୟରେ ମୋଟ ପାସହାର ୯୯.୪୭ ପ୍ରତିଶତ ରହିଛି। ମୋଟ ୧୮୭୧ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଛାତ୍ର ୯୪୯ ଏବଂ ଛାତ୍ରୀ ୯୨୨ ପରୀକ୍ଷା ଦେଇଥିଲେ। ଛାତ୍ରଙ୍କ ପାସହାର ୯୯.୨୬ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସହାର ୯୯.୬୭ ପ୍ରତିଶତ ରହିଛି। ରାଜ୍ୟରେ ମଧ୍ୟ ଛାତ୍ରୀଙ୍କ ପାସହାର ଆଗରେ ରହିଥିବା ଜଣାପଡିଛି।
ପରୀକ୍ଷା ଫଳ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହୋଇଛି। ବିଦ୍ୟାର୍ଥୀ ୱେବସାଇଟ (www.cisceresults.in)କୁ ଲଗଇନ କରି ନିଜର ଫଳ ଦେଖିବା ସହ ଡାଉନଲୋଡ କରିପାରିବେ। ଆଇଏସସି ଦ୍ବାଦଶରେ ଛାତ୍ର ୫୧ ହଜାର ୧୪୨ ଏବଂ ଛାତ୍ରୀ ୪୫ ହଜାର ୭୯୮ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୦ ହଜାର ୭୬୧ ଛାତ୍ର ଏବଂ ୪୫ ହଜାର ୫୭୯ ଛାତ୍ରୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ୩୮୧ ଛାତ୍ର ଏବଂ ୨୧୯ ଛାତ୍ରୀ ଫେଲ ହୋଇଥିବା ଜଣାପଡିଛି। ପୂର୍ବାଞ୍ଚଳ ମଣ୍ଡଳରେ ପାସହାର ୯୯.୧୮ ପ୍ରତିଶତ ହୋଇଥିବା ବେଳେ ପଶ୍ଚିମାଞ୍ଚଳରେ ୯୯.୫୮ ପ୍ରତିଶତ, ଉତ୍ତରାଞ୍ଚଳରେ ୯୯.୪୩ ପ୍ରତିଶତ, ଦକ୍ଷିଣାଞ୍ଚଳରେ ୯୯.୮୧ ପ୍ରତିଶତ ଏବଂ ବିଦେଶରେ ଥିବା ବିଦ୍ୟାଳୟଗୁଡିକର ପରୀକ୍ଷା ଫଳ ୯୯.୬୪ ପ୍ରତିଶତ ରହିଛି। ଦକ୍ଷିଣାଞ୍ଚଳ ମଣ୍ଡଳରେ ପାସହାର ସର୍ବାଧିକ ରହିଛି।
ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବେ ସେମାନେ ୨୪ ଜୁଲାଇ ସନ୍ଧ୍ୟା ୫ଟାରୁ ଜୁଲାଇ ୩୦ ମଧ୍ୟରେ ରି-ଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ। ରି-ଚେକିଂ ପାଇଁ ପ୍ରତି ବିଷୟ ପିଛା ୧୦୦୦ ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। ଛାତ୍ରଛାତ୍ରୀ ରି-ଚେକିଂ କେବଳ ୨ୟ ସେମିଷ୍ଟର ପାଇଁ ଆବେଦନ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories