www.samajalive.in
Sunday, December 14, 2025
26.1 C
Bhubaneswar

କୁକୁଡା ମାଂସ : ଚାଷୀ ବିକୁଛନ୍ତି ୭୦ରେ, ଗ୍ରାହକ କିଣୁଛନ୍ତି ୨୦୦ରେ

କଟକ : ରାଜ୍ୟରେ କିଛିମାସ ହେଲା କୁକୁଡା ମାଂସ ଦର ୨୦୦ ଟଙ୍କା ପାଖାପାଖି ରହିଆସୁଛି। ମଝିରେ ଏହା କିଲୋ ପିଛା ୨୪୦ ଟଙ୍କାରେ ପହଞ୍ଚିଥିଲା। ପରେ ୨୨୦ ଟଙ୍କାକୁ ଖସିବା ପରେ ଏବେ କିଲୋ ୨୦୦ ଟଙ୍କା ରହିଛି। ତେବେ ଚାଷୀଙ୍କ ଠାରୁ କିଲୋପିଛା ୬୦ରୁ ୭୦ ଟଙ୍କା ଦରରେ କୁକୁଡା ମାଂସ ବ୍ୟବସାୟୀମାନେ କୁକୁଡା କିଣୁଛନ୍ତି। କିନ୍ତୁ ଖାଉଟି ତାହାର କେଇଗୁଣା ଅଧିକ ଦାମ୍‍ ଦେଇ କାହିଁକି କୁକୁଡା ମାଂସ କିଣିବାକୁ ବାଧ୍ୟ ହେଉଛନ୍ତି, ତାହାର ଉତ୍ତର କାହା ପାଖରେ ନାହିଁ। କିଛିବର୍ଷ ପୂର୍ବରୁ ଓଡ଼ିଶା କୁକୁଡା ମାଂସ ଓ ଅଣ୍ଡା ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ମୁଖ୍ୟତଃ ନିର୍ଭର କରୁଥିଲା। ପ୍ରାୟ ୬୦ରୁ ୭୦% ଏହି ସାମଗ୍ରୀ ଉକ୍ତ ରାଜ୍ୟରୁ ଆସୁଥିଲା। କିନ୍ତୁ ୨୦୦୦ ମସିହା ପରଠାରୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଏବଂ ବିଭିନ୍ନ ସହାୟତା ଫଳରେ ରାଜ୍ୟର ଅନେକ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବବର୍ଗ କୁକୁଡା ପାଳନ ଓ ଅଣ୍ଡା ଉତ୍ପାଦନ ପାଇଁ ଆଗେଇ ଆସିଥିଲେ। ସମ୍ପ୍ରତି ରାଜ୍ୟରେ ଏହା ଏକ ଲାଭଜନକ ଉଦ୍ୟୋଗରେ ପରିଣତ ହୋଇଛି। କିନ୍ତୁ ଏବେ କୁକୁଡା ଚାଷୀଙ୍କ ପକ୍ଷରୁ ବିକ୍ରି କରାଯାଉଥିବା ମୂଲ୍ୟ ଏବଂ ଖାଉଟି କୁକୁଡା ମାଂସ କିଣୁଥିବା ମୂଲ୍ୟରେ ଆକାଶ-ପାତାଳ ପାର୍ଥକ୍ୟ ରହୁଛି। ଏହାଦ୍ୱାରା ଅନେକ ସମୟରେ ଖାଉଟି ବିକଳ୍ପ ଚିନ୍ତା କରୁଥିବାରୁ କୁକୁଡା ଚାଷୀ କ୍ଷତି ସହୁଛନ୍ତି। କୁକୁଡା ଖାଦ୍ୟ, ଔଷଧ ବାବଦ ଖର୍ଚ୍ଚ ବୃଦ୍ଧି ପାଉଥିବାବେଳେ ସେମାନେ କ୍ଷତି ସହୁଥିବାରୁ ସମ୍ପ୍ରତି ଏଥିପ୍ରତି ବିମୁଖହେବା ଆରମ୍ଭ କରିଛନ୍ତି। ଏହାହେଲେ ଓଡ଼ିଶାର ଖାଉଟିଙ୍କୁ ପୁଣି ଆନ୍ଧ୍ର ଓ ଅନ୍ୟାନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ। ଏହି ପରିସ୍ଥିତିର ସମାଧାନ ପାଇଁ ରାଜ୍ୟ ସରକାର କୁକୁଡା ମାଂସର ସର୍ବନିମ୍ନ ମୂଲ୍ୟ ସ୍ଥିର କରିବା ସହିତ ଖାଉଟିଙ୍କୁ ଏ ବାବଦରେ ସଚେତନ କରିବାକୁ ବହୁ କୁକୁଡା ଚାଷୀ ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories