www.samajalive.in
Sunday, December 7, 2025
16.1 C
Bhubaneswar

ଖ୍ରୀଷ୍ଟମାସ ଟ୍ରିର ବିଶେଷତ୍ୱ

ପ୍ରତିବର୍ଷ ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ ପାଳନ କରାଯାଏ । ଖ୍ରୀଷ୍ଟମାସକୁ ଆଉ ଗୋଟିଏ ଦିନ ବାକି ଅଛି । ତେଣୁ ଏହାର ପ୍ରସ୍ତୁତି କିଛି ଦିନ ପୂର୍ବରୁ ହିଁ ଆରମ୍ଭ ହୋଇଥାଏ । ଏହି ପର୍ବ ପ୍ରଭୁ ଯୀଶୁଙ୍କ ଜନ୍ମର ଆନନ୍ଦରେ ପାଳନ କରାଯାଏ । ମୁଖ୍ୟତଃ ଏହି ପର୍ବ ଖ୍ରୀଷ୍ଟିୟାନ ମାନଙ୍କର ମୁଖ୍ୟପର୍ବ ହୋଇଥିବା ବେଳେ ମାତ୍ର ବତ୍ତର୍ମାନ ଏହାକୁ ସଭିଏଁ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି । ପିଲାମାନେ ଏହି ପର୍ବ ପାଳନ କରିବାକୁ ଅତ୍ୟଧିକ ଉତ୍ସାହ ଏବଂ ଉତ୍ସାହ ସହିତ ଖ୍ରୀଷ୍ଟମାସ ଟ୍ରି(ଗଛ)କୁ ସଜାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଖ୍ରୀଷ୍ଟମାସ ଟ୍ରି କେବଳ ସାଜସଜ୍ଜା ପାଇଁ ନୁହେଁ ବରଂ ବାସ୍ତୁ ଅନୁଯାୟୀ ଏହାର ବହୁ ଗୁରୁତ୍ୱ ମଧ୍ୟ ରହିଛି । ଯଦି ଆପଣ ନିଜ ଘରେ ଖ୍ରୀଷ୍ଟମାସ ଟ୍ରି କୁ ସଜାନ୍ତି, ତେବେ ଏହି କଥା ଜାଣି ରଖନ୍ତୁ …..
ଘରେ ଖ୍ରୀଷ୍ଟମାସ ଟ୍ରି ରଖିବା ପାଇଁ ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଘରର ଉତ୍ତର ଦିଗରେ ରଖିବା ଉଚିତ, ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ଏହାକୁ ଉତ୍ତର-ପୂର୍ବ ଦିଗରେ ମଧ୍ୟ ରଖିପାରିବେ ।
ବାସ୍ତୁ ଅନୁଯାୟୀ, ଯଦି ଆପଣ ଖ୍ରୀଷ୍ଟମାସ ଟ୍ରି ଆଲୋକରେ ସଜ୍ଜିତ କରିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭଲପାଇବା ସର୍ବଦା ରହିଥାଏ । ଏହାକୁ ସଜାଇବାବେଳେ ସେଥିରେ ନାଲି କିମ୍ବା ହଳଦିଆ ଆଲୋକ ଲଗାନ୍ତୁ । ନାଲି ଏବଂ ହଳଦିଆ ରଙ୍ଗ ପ୍ରେମ ଏବଂ ବନ୍ଧୁତ୍ୱର ପ୍ରତୀକ ଅଟେ ।ଏହା ଆପଣଙ୍କ ଘରେ ସୁଖ ଶାନ୍ତି ସର୍ବଦା ବଜାୟ ରଖିବ ।
ଖ୍ରୀଷ୍ଟମାସ ଟ୍ରିକୁ ଘରେ ରଖିବା ଦ୍ୱାରା ଗୃହରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହାସହ ଘରର ସକରାତ୍ମକ ଶକ୍ତିର ଉତ୍ତମ ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ । ବ୍ୟବହାରରେ ମଧ୍ୟ ସକରାତ୍ମକ ଭାବେ ପରିବର୍ତ୍ତନ ହୋଇଥାଏ । ଏହାଦ୍ୱାରା ଘରେ କଳହ ଭଳି ସମସ୍ୟା ଦୂର ହୋଇଥାଏ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories