www.samajalive.in
Sunday, December 7, 2025
13.1 C
Bhubaneswar

ବଡଦିନର ନିଶ୍ଚୟ କରନ୍ତୁ ଏହି କାମ, ନହେଲେ ଅଧୁରା ଲାଗିବ ଖ୍ରୀଷ୍ଟମାସ

ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରାଷ୍ଟମାସ ବା ବଡଦିନ ଉତ୍ସବ ପାଳନ କରାଯାଏ। ଖୁସି ଏବଂ ପ୍ରେମର ପ୍ରତୀକ ଭାବେ ଏହି ଦିନକୁ ପାଳନ କରାଯାଏ। ରଙ୍ଗ ବେରଙ୍ଗର ଆଲୋକ ଏବଂ ବିଭିନ୍ନ ସାଜସଜ୍ଜା ସାମଗ୍ରୀରେ ଖ୍ରାଷ୍ଟୀୟାନ ଧର୍ମାଲମ୍ବୀମାନେ ଘରକୁ ଅତି ସୁନ୍ଦର ଭାବେ ସଜାଇ ଥାଆନ୍ତି। ଏହି ଉତ୍ସବରେ ୫ଟି ସାମଗ୍ରୀ ଅତି ଗୁରୁତ୍ବପୂର୍ଣ୍ଣ । ଯାହା ବିନା ଖ୍ରୀଷ୍ଟମାସ ଉତ୍ସବ ଫିକା ବା ଅଧୁରା ଲାଗିଥାଏ। ତେବେ ଆସନ୍ତୁ ଜାଣିବା ଏହି ୫ଟି ସାମଗ୍ରୀ ବିଷୟରେ …

ପ୍ରାର୍ଥନା: ପ୍ରାର୍ଥନା ହୃଦୟରୁ ବାହାରି ଇଶ୍ବରଙ୍କ ନିକଟରେ ପହଞ୍ଚିଥାଏ ଏବଂ ଇଶ୍ବରଙ୍କ ସହ ଆମକୁ ଯୋଡିଥାଏ । ଏଥିପାଇଁ କୌଣସି ବିଶେଷ ପ୍ରକ୍ରିୟାର ଆବଶ୍ୟକତା ପଡିନଥାଏ। କିନ୍ତୁ ପ୍ରାର୍ଥନା ମନର ଭାବ ଓ ସଙ୍ଗୀତରେ କରିବା ଦ୍ବାରା ଏହା ତୁରନ୍ତ ପ୍ରଭାବଶାଳୀ ହୋଇଥାଏ। ଖ୍ରୀଷ୍ଟମାସ ପୂର୍ବ ଦିନ ମଧ୍ୟରାତ୍ରିରେ କରାଯାଉଥିବା ପ୍ରାର୍ଥନାକୁ ପ୍ରଭୁ ଯିଶୁଖ୍ରୀଷ୍ଟ ସ୍ବୀକାର କରିଥାଆନ୍ତି। ଜୀବନରେ ପ୍ରେମ ପ୍ରାପ୍ତି ପାଇଁ ପ୍ରାର୍ଥନା କରିବା ଉଚିତ୍।
ମହମବତୀ: ପ୍ରତି ଧର୍ମର ବିଶେଷ ମହତ୍ତ୍ବ ରହିଛି। ଯାହା ଅଲଗା ଅଲଗା ଉପାୟରେ ପ୍ରକାଶ କରାଯାଏ। ବିଶେଷ ପର୍ବ ବା ଉତ୍ସବ ଅବସରରେ ଆମେ ଇଶ୍ବରଙ୍କୁ ପ୍ରକାଶ ବା ଆଲୋକ ଅର୍ପଣ କରେ। ଏହା ଦ୍ବାରା ଜୀବନରୁ ଅନ୍ଧକାର ଦୂର ହୁଏ ବୋଲି ବିଶ୍ବାସ ରହିଛି। ତେଣୁ ବିଭିନ୍ନ ଧର୍ମରେ ଦୀପ, ଅଗ୍ନି ଏବଂ ମହମବତୀ ମାଧ୍ୟମରେ ଇଶ୍ବରଙ୍କୁ ସ୍ମରଣ କରାଯାଏ। ସେହିପରି ଖ୍ରୀଷ୍ଟମାସ ଅବସରରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ମୁଖରେ ମହମବତୀ ଜଳାଇ ଲୋକେ ନିଜ ଜୀବନରେ ଆଲୋକର କାମନା କରିଥାଆନ୍ତି । ବିଭିନ୍ନ ରଙ୍ଗର ମହମବତୀ ଆମ ଜୀବନରେ ବହୁତ ଖୁସୀ ଓ ସଫଳତା ଆଣିଥାଏ ବୋଲି ବିଶ୍ବାସ କରାଯାଏ।
ଘଣ୍ଟି ବା ବେଲ: ଘଣ୍ଟିର ଧ୍ବନିରେ ମନରେ ନିଆରା ଉତ୍ସାହ ଜାଗ୍ରତ ହୋଇଥାଏ। ଯାହା ଫଳରେ ସକରାତ୍ମକ ଶକ୍ତି ମନରେ ଭରିଯାଇଥାଏ। ଯେକୌଣସି ମଙ୍ଗାଳିକ କାର୍ଯ୍ୟରେ ଘଣ୍ଟିର ବ୍ୟବହାର ହୋଇଥାଏ। ହିନ୍ଦୁ ଧର୍ମରେ ପୂଜା ଓ ମନ୍ତ୍ରକୁ ପ୍ରଭାବଶାଳୀ କରିବା ପାଇଁ ଘଣ୍ଟି ବଜାଯାଏ। ଠିକ୍ ସେହିପରି ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ଉତ୍ସବରେ ଘଣ୍ଟି ବଜା ଯାଇ ଉତ୍ସବ ପାଳନ କରାଯାଏ । ଖ୍ରୀଷ୍ଟମାସରେ ପୂଜା ସ୍ଥାନ ଓ ଘରକୁ ଘଣ୍ଟିରେ ସଜାଇବା ଦ୍ବାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
କେକ୍: କେକ୍ ହେଉଛି ଏକ ବିଶେଷ ପ୍ରକାରର ମିଠା। ଖ୍ରୀଷ୍ଟମାସ ଅବସରରେ କେକ୍ ପ୍ରସ୍ତୁତ କରାଯାଏ। ମିଠା ଦ୍ବାରା ମନର ଦୁଶ୍ଚିନ୍ତା ଦୂର ହୋଇଥାଏ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ଅବସରରେ କେକ୍ ଖାଇବା ଦ୍ବାରା ମନ ଉତଫୁଲ୍ଲିତ ରହିଥାଏ।
ଉପହାର: ଉପହାର ଏକ ପ୍ରକାରର ଦାନ, ଯାହା ଦ୍ବାରା ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଜୀବନରେ ଯେଉଁ ପ୍ରକାର ଖୁସୀ ପାଇବାକୁ ଆପଣ ଚାହୁଁଛନ୍ତି, ସେହି ସବୁ ଉପହାର ରୂପେ ପରିଜନଙ୍କୁ ବା ଅଭାବୀଙ୍କୁ ପ୍ରଦାନ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଖୁସୀ ଦ୍ବିଗୁଣ ହେବ। ଏହି ଅବସରରେ ଅନ୍ନ, ବସ୍ତ୍ର ଏବଂ ମିଠା ଉପହାର ଦେବା ସବୁଠୁଁ ଉତ୍ତମ ବୋଲି କୁହାଯାଏ। କାଚ ସାମଗ୍ରୀ ଏବଂ ନିଶା ଦ୍ରବ୍ୟ କଦାପି ଦିଅନ୍ତୁ ନାହିଁ। ଏହା ଦ୍ବାରା ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଯଦି ଆପଣ ନୂଆ ସମ୍ପର୍କ ତିଆରି କରିବାକୁ ଚାହୁଁଛନ୍ତି ତେବେ ଚକୋଲେଟ ଉପହାର ଦେଇପାରିବେ।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories