www.samajalive.in
Monday, December 15, 2025
16.1 C
Bhubaneswar

ଅଶ୍ୱିନୀ ବାସେଳୀଙ୍କ ଅଶ୍ୱପୁଜା ଓ ଚଇତି ପର୍ବ ଉଦ୍‍ଯାପିତ

ଚୌଦ୍ୱାର: ଚୌଦ୍ୱାର କୈବର୍ତ୍ତ ସମ୍ପ୍ରଦାୟ ତରଫରୁ ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ମା’ଅଶ୍ୱିନୀ ବାସେଳୀଙ୍କ ଅଶ୍ୱପୂଜା ଓ ଚୈତ୍ର ଉତ୍ସବ ଉଦ୍‍ଯାପିତ ହୋଇଯାଇଛି। କରୋନା କଟକଣା, ସଟ୍‍ ଡାଉନ୍‍ ଓ ଲକ୍‍ ଡାଉନ୍‍ ଭିତରେ ଏହି ପାରମ୍ପରିକ ଉତ୍ସବକୁ ସ୍ଥାନୀୟ ଲୋକେ ନିରାଡମ୍ବର ଭାବେ ପାଳନ କରିଛନ୍ତି। ସମସ୍ତ କଟକଣାକୁ ମାନି ଚୌଦ୍ୱାର ପୌରପାଳିକାର ମଙ୍ଗଳା ସାହି, ବଉଳେଇ ସାହି, ଗୁପ୍ତେଶ୍ୱର ସାହି, ଲକ୍ଷ୍ମୀ ସାହି, ଲକ୍ଷ୍ମୀ ନାରାୟଣ ସାହି, ହନୁମାନ ସାହି, ବେହେରା ସାହି, ବଡ଼ ବଜାର ନବଗ୍ରହ ସାହି ଓ କପାଳେଶ୍ୱର ନୁଆସାହି ଆଦିରେ କୈବର୍ତ୍ତ ପରିବାର ସବୁ ମା’ଙ୍କ ପର୍ବକୁ ଉତ୍ସାହର ସହ ଘରେଘରେ ପାଳନ କରିଛନ୍ତି।

ଉଦ୍‍ଯାପନୀ ଉତ୍ସବରେ ଗତ ୮ଦିନ ତଳେ ବିଧି ଓ ନୀତିକାନ୍ତିରେ ପୂଜା କରାଯାଇଥିବା ମା’ ଅଶ୍ୱିନୀ ବାସେଳୀଙ୍କ ପ୍ରତିରୂପ ଅଶ୍ୱ ମୁଣ୍ଡକୁ ପଣା ସମର୍ପଣ କରାଯାଇ ମୁଣ୍ଡ ଶିତଳା ଯିବା ପରେ ତାହାକୁ ପୁଣି ଖିଲିଣି ଗମ୍ଭିରାରେ ରଖାଯାଇଥିଲା ଏବଂ ବାଉଁଶ ନିର୍ମିତ ଚାଞ୍ଚରାକୁ ପବିତ୍ର ବିରୂପା ନଦୀରେ ବିସର୍ଜନ କରା ଯାଇଥିଲା। ଏହି ଉତ୍ସବର ପ୍ରଥା ଅନୁସାରେ ବାଉଁଶ ପାତିଆରେ ଘୋଡା ଚାଞ୍ଚରା ନିର୍ମାଣ କରାଯାଇ ତାକୁ ପାଟ ପିତାମ୍ବରୀରେ ଅଚ୍ଛାଦିତ କରାଯାଇଥାଏ।

- Advertisement -

ବର୍ଷସାରା ବିଭିନ୍ନ ସାହିରେ ଥିବା ଖିଲିଣି ମଧ୍ୟରେ ପୁଜା ପାଉଥିବା ଘୋଡାମୁଣ୍ଟକୁ ପୁଜାର୍ଚ୍ଚନା କରାଯାଇ ଏହି ଚାଞ୍ଚରାରେ ଲଗାଯାଇଥାଏ। ପରେ ସିନ୍ଦୁର, ଚନ୍ଦନ, ଜକ୍ୱଳ, ଚୁଆ, ଅଗୁରୁ ଓ ମନ୍ଦାର ମାଳାରେ ଘୋଡ଼ା ମୁଣ୍ଡକୁ ସଜ୍ଜିତ କରାଯାଇ ପଣା ଓ ନାନାଦି ରକମର ପିଠା ଓ ମିଠା ତଥା ଧୁପ, ଦୀପ, ନୈବେଦ୍ୟ ଆଦି ସମର୍ପଣ କରାଯାଇଥାଏ। ପରେ ଶ୍ରଦ୍ଧାଳୁମାନେ ମା’ବାସେଳୀଙ୍କ ପ୍ରତୀକ ଏହି ଘୋଡା ମେଢ଼( ଚାଞ୍ଚରା)କୁ କାନ୍ଧାଇ ନେଇ ଘରଘର ବୁଲି ନାଚ, ଗୀତ ଓ ଢଗଢମାଳି ମାଧ୍ୟମରେ ଗ୍ରାମ ପରିକ୍ରମା କରିବା ସହ ସହ ୮ଦିନ ଧରି ଆନନ୍ଦ ଉଲ୍ଲାସରେ ଉତ୍ସବ ପାଳିଥାନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories