ସାହିତ୍ୟ ପତ୍ରିକା ‘ସଂଜୀବନ’ ଉନ୍ମୋଚିତ

ଚୌଦ୍ୱାର: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପବ୍ଲିକ୍‌ ୱୋଲ ଫେୟାର ସୋସାଇଟିର ସାରସ୍ୱତ ସଂକଳନ ‘ସଂଜୀବନ’ (ଚଉଦୁଆର ପତ୍ର)ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ପିଡବ୍ଲୁଏସ୍‌ର ସଭାପତି ବିଷ୍ଣୁ ଚରଣ ସାହୁଙ୍କ ପୌରୋହିତ୍ୟରେ କପାଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଡ. ପ୍ରମୋଦ କୁମାର ମହାପାତ୍ର, ହିନ୍ଦ୍‌ ସେବକ ସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଲର୍ଡସ୍‌ କନଷ୍ଟ୍ରକ୍ସନ୍‌ର ଅଧ୍ୟକ୍ଷ ଅଶୋକ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ସମାଜ ଗଠନ ଓ ଜନ ଜୀବନର ସୁପରିବର୍ତ୍ତନ ଦିଗରେ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ  କରି ଏକ ସୁସ୍ଥ ସମାଜ ଗଠନ ପାଇଁ  ରୁଚିପୂର୍ଣ୍ଣ  ସୁସାହିତ୍ୟ ରଚନା କରିବା ପାଇଁ ସାହିତ୍ୟ ସ୍ରଷ୍ଠା ମାନଙ୍କୁ ପରାମର୍ଶ ଦେଇଥିଲେ  ।

prayash

ସାହିତ୍ୟର ବିକାଶ ଦିଗରେ ପିଡବ୍ଲୁଏସ୍‌ର ଦୀର୍ଘ ପ୍ରୟାସକୁ ଅତିଥି ମାନେ ପ୍ରଶଂସା କରି ଏ ଉଦ୍ୟମକୁ ଜାରୀ ରଖିବାକୁ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ  । ବିରିଷ୍ଠ କବି ବୈଦ୍ୟନାଥ ଖବଲାରଙ୍କୁ ‘ସଂଜୀବନ’ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା  । ସଂଗଠନର ବରିଷ୍ଠ ସଦସ୍ୟ ପଞ୍ଚାନନ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଜ୍ୟୋତି ଶଂକର ମିଶ୍ର  ମଞ୍ଚ ପରିଚାଳନା କରିଥିଲେ  ।

ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁଙ୍କ ସଂଯୋଜନାରେ ଏହି ଅବସରରେ ଆୟୋଜିତ ଶାରଦୀୟ କବିତା ପାଠୋତ୍ସବରେ ଅଞ୍ଚଳର ବହୁ କବି ଓ କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ   । ବିକ୍ରମ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ  । ଶିବ ଶଂକର ସାହୁ, ଲଳିତ ନାୟକ, ସୁକାନ୍ତ ତରାଇ,ଭଗବାନ ସାହୁ, ରାଜ କିଶୋର ସାହୁ, ମୋନାଲିସା ଦାସ ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।

kalyan agarbati

Comments are closed.