www.samajalive.in
Monday, December 15, 2025
27.1 C
Bhubaneswar

ଚୌଦ୍ୱାରରେ କାରଗିଲ ବିଜୟ ଦିବସ ପାଳିତ

ଚୌଦ୍ୱାର: ଚୌଦ୍ୱାରରେ କାରଗିଲ ବିଜୟ ଦିବସ ପାଳିତ ହୋଇ ଯାଇଛି। କାରଗିଲ ଯୁଦ୍ଧରେ ଦେଶପାଇଁ ପ୍ରାଣବଳି ଦେଇଥିବା ଚୌଦ୍ୱାରର ବୀରପୁତ୍ର ସହିଦ୍‍ ରାଜ କିଶୋର ସାହୁଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ସମସ୍ତ ବୀର ସହିଦ୍‍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସୋମବାରଦିନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍‍ର ଯୁବ ସଦସ୍ୟ ମାନେ ରାମଧୂନ କରି ଶୋଭାଯାତ୍ରାରେ ଯାଇ କପାଳେଶ୍ୱର ନୂଆସାହିସ୍ଥିତ ସହିଦ୍‍ ରାଜ କିଶୋରଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ଦମକଳ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉତ୍ସବରେ ଯୋଗଦେଇ ସହିଦ୍‍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଫାଉଣ୍ଡେସନ୍‍ର ସମ୍ପାଦକ ଶିବାନନ୍ଦ ବାରିକ, ସଦସ୍ୟ ସଂଜୟ ମିଶ୍ର, ଦିଲ୍ଲୀପ ସାହୁ, ସାଇ କିରଣ ଚୌଧୁରୀ, ସେକ୍‍ ଅଜମଲ, ବିଶ୍ୱଜିତ ଓଝା, ବଳରାମ ନାୟକ, ଅନୁଭବ ବେହେରା, ପ୍ରତୀକ୍ଷା ସାହୁ, ଅବିନାସ ଲେଙ୍କା, କୁନା ନାୟକ, ଅଗ୍ନିଶମ କେନ୍ଦ୍ରର ରମେଶ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories