www.samajalive.in
Saturday, December 13, 2025
14.1 C
Bhubaneswar

ଘରେ ନଥିବା ବେଳେ ଆଜବେଷ୍ଟସ ଭାଙ୍ଗି ଲୁଟିନେଲେ ସାନ ଭାଇ ଜିନିଷ ପତ୍ର

କଳାପଥର: ନିଜର ପେଟ ପୋଷିବାକୁ ସସ୍ତ୍ରୀକ ବାହାରକୁ ଯାଇଥିବା ବେଳେ ଘରେ ରଖିଯାଇଥିବା ଜିନିଷ ପତ୍ରକୁ ନିଜର ଭାଇମାନେ ଘରର ଆଜବେଷ୍ଟସ ଓ କବାଟ ଭାଙ୍ଗି ସମସ୍ତ ଜିନିଷପତ୍ର ବଡ ଭାଇମାନେ ଲୁଟିନେଇଥିବା ଭଳି ଘଟଣା ଘଟିଛି ବୈଦ୍ୟେଶ୍ୱର ଥାନା ନାଟେରୀ ଗ୍ରାମରେ। ଏ ସମ୍ପର୍କରେ ଚୋରୀ ଘଟଣାକୁନେଇ ସାନ ଭାଇର ସ୍ତ୍ରୀ କବିତା ଗୁମାନ ସିଂ ଥାନାରେଏତଲା ଦାଏର କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଏଥିରୁ ମୁକୁଳିବା ପାଇଁ ଅନ୍ୟ ଭାଇମାନେ ନିଜର ମା’କୁ ଢାଲ ଭାବରେ ବ୍ୟବହାର କରି ଥାନାରେ ଏକ ପାଲଟା ଏତଲା ଦେଇଥିବା ଜଣାପଡିଛି।

ଜଣାଯାଇଛି ଯେ , ବୈଦ୍ୟେଶ୍ୱର ଥାନା ନାଟେରୀ ଗ୍ରାମର ବଜ୍ରଧର ଗୁମାନସିଂହଙ୍କର ୨ପୁଅ ଭିକାରୀ ଓ ଗୋକୁଳ ପୂର୍ବରୁ ଏକାଠି ରହି ଆସୁଥିଲେ। ଭିକାରୀଙ୍କର ୩ପୁଅ ଥିବା ବେଳେ ବଡଭାଇ ବଜ୍ରଧରଙ୍କର ଗୋଟିଏ ପୁଅ ଅଛନ୍ତି। ଗୋଟିଏ ବାପାଙ୍କର ଗୋଟିଏ ପୁଅ ଓ ଅନ୍ୟ ଜଣଙ୍କର ୩ପୁଅ ଥିବାରୁ ସେମାନଙ୍କ ମୃତ୍ୟୁ ପରେ ସମ୍ପତ୍ତକୁ ନେଇ ବିବାଦ ଦେଖା ଦେଇଥିଲା। ଏହା ୨୦୧୦ ମସିହାଠାରୁ ଆରମ୍ଭ ହୋଇଥିଲା। ପୈତୃକ ସମ୍ପତ୍ତି ଭାଗବଣ୍ଟା କୁନେଇ ସେମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ସୃଷ୍ଟି ହେବାରୁ ବିବାଦ ଆରମ୍ଭ ହୋଇଛି। ପୁଲିସରେ ମଧ୍ୟ ପୂର୍ବରୁ ଅନେକ ବାର ଆପତ୍ତ ହୋଇଥିଲେ ହେଁ ତାହାର କୌଣସି ସମାଧାନ ହୋଇନାହିଁ। ତୋଟାବାଡି , ପୋଖରୀ , ବଗାୟତ , ପଡିଆ ମଧ୍ୟ ଏବେ ରହିଥିବା ଜଣାପଡିଛି। ଘରେ ସର୍ବଦା କଳହ ଲାଗି ରହୁଥିବାର ଭିକାରୀଙ୍କ ମଝିଆ ପୁଅ ପ୍ରେମାନନ୍ଦ ନିଜର ପେଟ ପୋଷିବା ପାଇଁ ନିଜର ସ୍ତ୍ରୀ, ପିଲାଛୁଆଙ୍କୁ ନେଇ ବାହାରକୁ ପଲାଇ ଯାଇଥିଲେ। ତେବେ ସେ ଗତ ଦୁଇଦିନ ତଳେ ଗାଁକୁ ଆସି ଦେଖିବାକୁ ପାଇଥିଲେ କି ତାଙ୍କର ଘରକୁ ଭାଇମାନେ ଭାଙ୍ଗି ସେ, ରଖିଥିବା ସମସ୍ତ ଜିନିଷପତ୍ର ଲୁଟିନେଇ ଯାଇଛନ୍ତି। ଏସମ୍ପର୍କରେ ସେ ପଚାରିବାରେ ଓଲଟା ଭାଇମାନେ ମିଳିମିଶି ମାରିବାକୁ ଉଦ୍ୟମ କରିଥିଲେ ବୋଲିସେ, ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହି ଚୋରୀ ଘଟଣାକୁ ନେଇ ସେ ପୁଲିସ ନିକଟରେ ଭାଇ ବିଜୟ ଗୁମାନସିଂହ, ସ୍ତ୍ରୀ ମିନୁ ଗୁମାନ ସିଂ, ପ୍ରଶନ୍ନ ଗୁମାନସିଂ, ସ୍ତ୍ରୀ ଟିକିନା ଗୁମାନ ସିଂ, ଦୁଇ ଜ୍ୱାଇଁ ମିଟୁ ପାତ୍ର, ସ୍ୱାଧନ ଦକ୍ଷିଣ କବାଟ, ପ୍ରତିମା ପାତ୍ର, ପ୍ରଣତି ଦକ୍ଷିଣ କବାଟ, ଗୋକୁଳ ଗୁମାନସିଂହ, ବସନ୍ତ ଗୁମାନସିଂହଙ୍କ ସମେତ ଅନ୍ୟ ୬ ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ପୁଲିସ ଏଥିନେଇ ୬୧/୨୦୨୧ରେ ମାମଲା କରିଛି। ତେବେ ଏଥରୁ ବର୍ତ୍ତିବା ପାଇଁ ଅନ୍ୟ ଭାଇମାନେ ନିଜର ମାକୁ ଏକ ଅସ୍ତ୍ରଭାବରେ ବ୍ୟବହାର କରି ଏତଲା ଦେଇଛନ୍ତି। ଏଥିରେ ମା, ରୂପ ବେୱା ମଧ୍ୟ ପୁଅ ପ୍ରେମାନନ୍ଦ ତାଙ୍କୁ କୁଆଡେ ବାଡାଇଛ ବୋଲି ଉଲ୍ଲେଖ୍ୟ କରିଛନ୍ତି। ପୁଲିସ ମଧ୍ୟ ଘଟଣାର ତଦନ୍ତ କରୁଛି।

Hot this week

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

Related Articles

Popular Categories