ଧରାପଡ଼ିଲା ହସପିଟାଲରୁ ଫେରାର କଏଦୀ

ଚୌଦ୍ୱାର: କଟକ ଆଚାର୍ଯ୍ୟ ହରିହର କର୍କଟ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ଦିନ ଫେରାର ହୋଇ ଯାଇଥିବା ଚୌଦ୍ୱାର ଜେଲର ଜଣେ କଏଦୀକୁ ଜେଲ କର୍ମଚାରୀ ମାନେ ଧରିବାରେ ସକ୍ଷମ ହୋଇଛନ୍ତି। ଶନିବାର ଦିନ ପ୍ରାୟ ୧୦.୩୦ମି ସମୟରେ ଭୁବନେଶ୍ୱର-ପୁରୀ ରାସ୍ତାର ସାଇ ମନ୍ଦିର ନିକଟରୁ ତାଙ୍କୁ ଧରାଯାଇ ପୁଣି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଚୌଦ୍ୱାର ଜେଲ ଅଧିକ୍ଷକ ପ୍ରଦୀପ୍ତ କୁମାର ବେହେରା ସୁଚନା ଦେଇଛନ୍ତି। ଚୌଦ୍ୱାର ଜେଲ ସୁତ୍ରରୁ ପ୍ରକାଶଯେ କେରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ କଡଡେପଦର ଗ୍ରାମର ମୁକୁ ସାନ୍ତା ନାମକ ଜନୈକ ବ୍ୟକ୍ତି ଏକ ହତ୍ୟାକାଣ୍ଡ ଘଟଣାରେ କେରାପୁଟ ଜେଲରେ ସଜା କାଟୁଥିଲେ। ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଗତବର୍ଷ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା।ସେଠାରୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ସେ ବର୍ଷେ ହେବ ଚିକିତ୍ସିତ ହେଉଥିଲେ।

ଶୁକ୍ରବାର ଦିନ ଡାକ୍ତରଖାନାରେ ମୁକୁ ଜେଲର ସୁରକ୍ଷା କର୍ମଚାରୀଙ୍କୁ କହି ଶୌଚ ହେବା ପାଇଁ ଡାକ୍ତରଖାନା ପରିସରରେ ଥିବା ଶୌଚାଳୟକୁ ଯାଇ କେଉଁଆଡେ ଫେରାର ହୋଇଯାଇଥିବା ଜେଲ ତରଫରୁ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ଚୌଦ୍ୱାର ଜେଲ କର୍ମଚାରୀ ମାନେ ମୁକୁକୁ ବହୁ ଖୋଜାଖୋଜି କରି ଶନିବାର ଦିନ ମକୁ ପୁରୀ ଅଭିମୁଖେ ଯାଉଥିବା ବେଳେ ରାସ୍ତାରୁ ଧରିଥିଲେ। ତେବେ ମୁକୁ ଫେରାର ହୋଇନଥିବା ଓ ହଠାତ୍‍ ଦୀର୍ଘଦିନ ପରେ ମେଡିକାଲ ପରିସରରୁ ପଦାକୁ ବାହାରି ଫେରିବା ପାଇର୍ ବାଟନପାଇ ବାହାରକୁ ପଳାଇଥିବା ଜେଲ ଅଧିକ୍ଷକଙ୍କୁ ସୁଚନା ଦେଇଥିଲେ।

Comments are closed.