ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ ନପଙ୍ଗ ପଞ୍ଚାୟତର ସାନ କେଶରପୁର ଗ୍ରାମରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି।ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀକ୍ଷେତ୍ରବାସୀ ଫାଉଣ୍ଡେସନ୍‍ ଓ ବାଲିଚନ୍ଦ୍ରପୁରସ୍ଥିତ ସାଇ ଶାନ୍ତି ହସପିଟାଲର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଅଞ୍ଚଳର ୭୨ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ୧୪ଜଣଙ୍କ ଚକ୍ଷୁରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚକ୍ଷୁ ହସପିଟାଲକୁ ନିଆ ଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ମମତା ମଲ୍ଲିକ୍‍ ଓ ସାମ୍ବାଦିକ ପ୍ରିତିରଞ୍ଜନ ବେହେରା ଉଦ୍‍ଘାଟନ କରିଥିଲେ।ଫାଉଣ୍ଡେସନ୍‍ର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ମହାପାତ୍ର, ହେମନ୍ତ ଘଡ଼େଇ, ମାନସ ଘଡ଼େଇ, ଅମୂଲ୍ୟ ଦାସ, ରମେଶ ମୁଦୁଲି ଆଦିଙ୍କ ସମେତ ସମସ୍ତ ସଦସ୍ୟ ଶିବିର ପରିଚାଳନା କରିଥିଲେ।

Comments are closed.