www.samajalive.in
Saturday, December 6, 2025
23.1 C
Bhubaneswar

ଭଡ଼ାରେ ମିଳୁଛି ଚକୋଲେଟ୍ ଘର !

ଚକୋଲେଟ୍, ପିଲା ହୁଅନ୍ତୁ କି ବୟସ୍କ, ଏଇ ନାଁଟି ଶୁଣିଲେ ଆପେଆପେ ପାଟିରୁ ଲାଳ ଗଡ଼ିଆସେ। ପ୍ରାୟ ୫୦୦ ବର୍ଷ ତଳର ଚକୋଲେଟ୍ ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡ଼ିଥାଏ ଯେ ଇତିମଧ୍ୟରେ ଚକୋଲେଟ୍‌ର ପ୍ରସାର ଓ ପ୍ରଚାର ଦ୍ରୁତ ଗତିରେ ବଢ଼ିଛି। ଫେସନ୍‌ର ରାଜଧାନୀ ଭାବେ ଜଣାଯାଉଥିବା ପ୍ୟାରିସ୍‌‌ରେ ବିିଭିନ୍ନ କଳାକୃତିମାନ ଦେଖାଯାଇଥାଏ। ଏଇ ନିକଟରେ ସେଠାରେ ନିର୍ମିତ ହୋଇଥିବା ‘ଚକୋଲେଟ୍ ହାଉସ୍‌’ର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ଏକ ନାମୀ କମ୍ପାନୀ ଏହାକୁ ତିଆରି କରିଥିବାବେଳେ ମୋଟ୍ ୧.୫ ଟନ୍‌ର ଚକୋଲେଟ୍ ବ୍ୟବହୃତ ହୋଇଥିବାର ପ୍ରକାଶ। ୫୫ଲକ୍ଷ ଟଙ୍କା ଏହାର ନିର୍ମାଣରେ ଖର୍ଚ୍ଚ କରିଥିବାବେଳେ ନେଦରଲ୍ୟାଣ୍ଡ କାରିଗରମାନେ ଏହାର ଡିଜାଇନ୍ ପ୍ରସ୍ତୁତ କରିଥିଲେ।କମ୍ପାନୀ ସୂତ୍ରରୁ ପ୍ରକାଶ ଯେ, ଘରର ପ୍ରତ୍ୟେକ କବାଟ, ଝରକା, ଆସବାବପତ୍ର ସବୁକିଛି ଡାର୍କ ଚକୋଲେଟ୍‌ରେ ପ୍ରସ୍ତୁତି। ଲୋକଙ୍କୁ ଏକ ଭିନ୍ନ ଅନୁଭୂତି ଦେବା ନିମନ୍ତେ ହିଁ ଏଇ ଚକୋଲେଟ୍ ହାଉସ୍ ତିଆରି କରାଯାଇଛି। ଦିନ ପିଛା ଏହି ଘରର ଭଡ଼ା ୧୯ହଜାର ଟଙ୍କା ସ୍ଥିର ହୋଇଥିବାବେଳେ ଅକ୍ଟୋବର ୫ରୁ ଏହାର ବୁକିଂ ଆରମ୍ଭ ହେବ। କେତେକ ବର୍ଗର ଲୋକ ମତ ଦେଇଛନ୍ତି ଯେ ସାମାନ୍ୟ ଗରମ ପ୍ରଭାବରେ ଚକୋଲେଟ୍ ହାଉସ୍ ତରଳିଗଲେ, ପରିସ୍ଥିତି ଭୟାବହ ହୋଇପାରେ। ତେବେ କମ୍ପାନୀ ତରଫରୁ କୁହାଯାଇଛି ଯେ ସେଭଳି ଭୟ ଆଦୌ ନାହିଁ। ବିଭିନ୍ନ ପ୍ରକାର ସାମଗ୍ରୀର ମିଶ୍ରଣରେ ଏଇ ଚକୋଲେଟ୍ ହାଉସ୍ ତିଆରି ହୋଇଛି। ତେଣୁ ଗ୍ରାହକ କେବଳ ମନୋରଞ୍ଜନର ଯୋଜନା କରନ୍ତୁ ଓ ଅନ୍ୟ ସବୁ ଭୟ ମନରୁ ବାହାର କରନ୍ତୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories