ଚିତ୍ରକୋଣ୍ଡା -ଅଂଚଳରେ କାୟା ବିସ୍ତାର କରୁଛି ଡେଙ୍ଗୁ ଓ ଆତଙ୍କିତ ଅଞ୍ଚଳବାସୀ।ଏଥି ନେଇ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟ ବିଭାଗ ଅବଗତ ଅଛନ୍ତି, ହେଲେ ରୋଗ ରୋକିବା ପାଇଁଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି ।
ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସଦର ମହକୁମାର କିଛି ଲୋକଙ୍କର ଡେଙ୍ଗୁ ରୋଗ ଚି଼ହ୍ନଟ ହୋଇଛି ,ସେଥିପାଇଁ ଲୋକ ଭୟଭୀତ ହେଉଥିବା ଦେଖିବାକୁ ମିଳୁଛି l ଚିତ୍ରକୋଣ୍ଡା ଅଞ୍ଚଳରେ କିଛିଦିନ ହେଲା ଲୋକଙ୍କୁ ଜର ଲାଗିରହୁଛି ମେଡ଼ିକାଲରେ ଡେଙ୍ଗୁ ପରୀକ୍ଷା ହେଉନଥିବାରୁ ଲୋକମାନେ ବାହାରେ ଯାଇ ରକ୍ତ ନମୁନା ପରୀକ୍ଷା କରୁଛନ୍ତି ସେଠାରେ ସେମାନଙ୍କର ଡେଙ୍ଗୁ ଆକ୍ରାନ୍ତ ଥିବା ବାହାରୁଚି।ଚିତ୍ରକୋଣ୍ଡା ଅଞ୍ଚଳର ୧୫ରୁ ଉର୍ଦ୍ଧ୍ବ ଲୋକ ମାଲକାନଗିରି ଜିଲ୍ଲା ବାହାରେ ଡେଙ୍ଗୁ ନିମନ୍ତେ ବ୍ରହ୍ମପୁର ବିଶାଖାପାଟଣା ଯାଇ ଚିକିତ୍ସିତ ହେଉଛନ୍ତି।
,ଚିତ୍ରକୋଣ୍ଡା ଅଞ୍ଚଳର ନାଳ ନର୍ଦ୍ଦମା ଗୁଡ଼ିକ ବହୁତଦିନ ହେଲାଣି ସଫା ହେଇନି, ଡିଡିଟି ବି ଏହି ଅଞ୍ଚଳରେ ସିଚଂନ ହେଇନି,କିନ୍ତୁ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲ ତରଫରୁ ମଶା ଧୂଆଁ ଛଡ଼ା ଯାଉଛି ଯାହାକି ପ୍ରଯ୍ୟାପ୍ତ ନୁଁହ।
ବର୍ତ୍ତମାନ ଡେଙ୍ଗୁ କାୟା ବିସ୍ତାର ଦେଖି କଲୋନୀ ଠୁ ଆରମ୍ବ କରି,ଡେ଼ପ ସାହି ,ଦୌଇନିକ ବଜାର, ବସ ଷ୍ଟାଣ୍ଡ,ପଞ୍ଜାବୀ ଛକ, ବ୍ୟାଙ୍କ ଛକ, ବିଭିନ୍ନ ସ୍କୁଲ ଛକ ଗୁଡିକ ରେ ପଡିଥିବା ଅଳିଆ ଆବର୍ଜନା ,ପାଣି ଜମୁଥିବା ସ୍ଥାନ କିପରି ସଫାସୁତୁରା ହେବ ଏବଂ ଏହି ବାବଦରେ ସରପଞ୍ଚ ବା ବିଡ଼ିଓ ବହୁ ଥର ଜଣାଇଲା ପରେ ବି ସୁଫଳ ମିଳିଲାନି ବୋଲି ମନୋଜ ଓ ଦୌଇମତି ପ୍ରତିକ୍ରିୟା ଦେଇଛନ୍ତି।ଡେଙ୍ଗୁର ସଂକ୍ରମଣ ଦେଖି ଜିଲ୍ଲା ପ୍ରଶାସନ ଏହି କଥାକୁ ଗୁରୁତ୍ୱର ସହ ନେଇ ଚିତ୍ରକୋଣ୍ଡା ମେଡ଼ିକାଲରେ ଡେଙ୍ଗୁ ଟେଷ୍ଟ ପାଇ ବ୍ୟବସ୍ଥା କରିବା ସହିତ ଡିଡିଟି ସ୍ପ୍ରେ କରିବା ଓ ମଶା ଧୂଆଁ ଛାଡ଼ିବା,ନାଳ ନରର୍ଦ୍ଧମା ସଫା କରିବା ବ୍ୟବସ୍ଥା କରିବାପାଇଁ ଲୋକ ଦାବି କରୁଛନ୍ତି।ଚିତ୍ରକୋଣ୍ଡା ମେଡ଼ିକାଲ ଅଧିକାରୀ ଡାକ୍ତର ଯସ୍ମୀନ ବେହେରା କହିଛନ୍ତି ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲ ରେ ଡେଙ୍ଗୁ ଟେଷ୍ଟ ଓ ଚିକିତ୍ସା ନିମନ୍ତେ କୌଣସି ସୁବିଧା ନଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭରଶୀଳ। ଘର ପାଖରେ ଜମୁଥିବା ପାଣି,ଅଳିଆ ଆବର୍ଜନା ସଫା କରିବା ସହ ଡେଙ୍ଗୁ ନବ୍ୟାପିବା ଉପରେ ଜନସଚେତନତା କରାଯାଇଛି ବୋଲି କହିଛନ୍ତି।
ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟ ବିଭାଗ ଡେଙ୍ଗୁ ଦ୍ୱାରା ସଂକ୍ରମଣ ଓ ମୁତାହତ ସ୍ୱାକାର କରୁନାହାନ୍ତି କିନ୍ତୁ ଅଞ୍ଚଳବାସୀ ଡେଙ୍ଗୁ ଦ୍ୱାରା ସଂକ୍ରମଣ ହେଉଛନ୍ତି।ଅଳ୍ପ କାଳ ବୈଶାଖୀ ବର୍ଷା ଯୋଗୁଁ ବ୍ୟାପିଛି ତେବେ ଆଗାମୀ ଦିନରେ ବର୍ଷା ଦିନ ଆସୁଥିବା ରୁ ଚିନ୍ତା ପ୍ରକଟ କରୁଛନ୍ତି ଅଞ୍ଚଳବାସୀ। ଯଦି ସମୟ ଥାଉଣୁ ଡେଙ୍ଗୁର ସଂକ୍ରମଣ ରୋକା ଗଲେ ଭଲ,ନଚେତ ରୋଗଟି ବ୍ୟାପି ସ୍ୱାଭିମାନ ଅଂଚଳ ପହଁଚି ଯାଏ ତେବେ ପରିସ୍ଥିତି ଅଣ ଆୟତ୍ୱ ହୋଇଯିବ।



