ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକ ଅବସ୍ଥା ଶୋଚନୀୟ  

ହରଭଙ୍ଗା: ହରଭଙ୍ଗା-ଧଳପୁର   ଜଗନ୍ନାଥ ସଡକ ରାସ୍ତା ନିର୍ମାଣର ଦୁଇବର୍ଷ ନପୂରୁଣୁ ଏହାର ଅବସ୍ଥା ଶୋଚନୀୟ ହୋଇପଡିଛି ।ଅଧିକାଂଶ ସ୍ଥାନରେ ପିଚୁ ଉଠି ଖାଲଖମାରେ ପରିଣତ ଯୋଗୁଁ ଯାତାୟତରେ ବହୁ ଅସୁବିଧା ହେଉଛି ।ପ୍ରକାଶ ଯେ ବର୍ତମାନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପଂହଚିଛି ।ସେତୁକୁ ସଂଯୋଗ କରୁଥିବା ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକ ରାସ୍ତା ଅନେକ ଗୁରୁତ୍ୱ ରହିଛି ।

ଏହାକୁ ଦୃଷ୍ଟିରେ ରଖି ଦୁଇବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୀର୍ଘ ୧୭କିଲୋମିଟର ରାସ୍ତା ନିର୍ମାଣ ସରିଥିଲା ।ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣର ଦୁଇବର୍ଷ ପରେ ରାସ୍ତାର ବହୁ ସ୍ଥାନରୁ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି ।ମଲ୍ଲିକପଡା ନିକଟରେ ଥିବା ଏକ ପିଛଲା ଉପରେ ମଧ୍ୟ ନୂତନ ପୋଲ ନିର୍ମାଣ ହୋଇନଥିବା ଜଣାପଡିଛି ।

ଫଳରେ ଲୋକେ ଯାତାୟତରେ ବହୁ ଅସୁବିଧା ଭୋଗୁଛନ୍ତି ।ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣା ପାଇଁ ପାଂଚବର୍ଷ ମିଆଦି ରହିଛି ।ମାତ୍ର ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ମରାମତି ପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ।

Comments are closed.