www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶାରୁ ୧୦୦କୋଟି ଠକେଇ : ଭୋପାଳ ଚିଟ୍‍ଫଣ୍ଡ ସଂସ୍ଥାର ନିର୍ବାହୀ ନିର୍ଦେଶକଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର : ନିର୍ମଳ ଇନଫ୍ରା ହୋମ୍‍ କର୍ପୋରେସନ ଲିମିଟେଡ଼ ନାମକ ସଂସ୍ଥାର ନିର୍ବାହୀ ନିର୍ଦେଶକ ନିରଞ୍ଜନ ସାକ୍‍ସେନାଙ୍କୁ ସିବିଆଇ ଗିରଫ କରିଛି। ତାଙ୍କୁ ମଧ୍ୟପ୍ରଦେଶର ଭୋପାଳରୁ ଗିରଫ କରାଯାଇଛି। ଅଧିକ ପଚରାଉଚରା ପାଇଁ ନିରଞ୍ଜନଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଭୋପାଳରେ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କୁ ଶନିବାର ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ଝାରପଡାସ୍ଥିତ ଜେଲକୁ ପଠାଇ ଦିଆଯାଇଛି। ନିର୍ମଳ ଇନଫ୍ରା ବିରୋଧରେ ଶତାଧିକ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ପଞ୍ଚିମ ଓ ଉତ୍ତର ଓଡ଼ିଶାରେ ଏହି ସଂସ୍ଥା ଶାଖାମାନ ଖୋଲି ଜମାକାରୀଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେବାକୁ ସମର୍ଥ ହୋଇଥିଲା।
ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶ ଓ ଓଡ଼ିଶା ସମେତ ବିଭିିନ୍ନ ରାଜ୍ୟରୁ ଏହି କମ୍ପାନୀ ପ୍ରାୟ ୪୩୧ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଗତ ମାର୍ଚ୍ଚରେ ନିର୍ମଳ ଇନଫ୍ରା ହୋମ କର୍ପୋରେସନ ଲିମିଟେଡ଼ର ମୁଖ୍ୟ ପରିଚାଳନା ନିର୍ଦେଶକ (ସିଏମଡି) ଆଶିଷ ଚୌହାନ ଓ ଜିଏମ ଅଭିଷେକ ଚୌହାନଙ୍କୁ ସିବିଆଇ ଗିରଫ କରିଥିଲା। ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କ ସହାୟତାରେ ନିରଞ୍ଜନ ଓଡ଼ିଶାର ବିଭିନ୍ନସ୍ଥାନରେ ଶାଖା କୋଲି ଲୋକଙ୍କ ନିକଟରୁ ଜମା ବାବଦକୁ ଟଙ୍କା ଉଠାଇଥିଲେ। ଅଧିକ ସୁଧ ଦେବାକୁ କହି ଅଭିଯୁକ୍ତମାନେ ସାଧାରଣ ଜମାକାରୀଙ୍କ କୋଟି କୋଟି ଟଙ୍କା ଆତ୍ମସାତ କରିଥିଲେ। ଏପରିକି ଅଭିଯୁକ୍ତ ଦ୍ୱୟ ରାତି ଅଧିଆ ଶାଖା କାର୍ଯ୍ୟାଳୟ ବନ୍ଦ କରି ସମସ୍ତ ଟଙ୍କା ଧରି ଚମ୍ପଟ ମାରିଥିଲେ। ପରବର୍ତ୍ତୀ ସମୟରେ ଜମାକାରୀ ସେମାନଙ୍କ ଅର୍ଥ ଫେରି ନପାଇବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶାର ପ୍ରାୟ ୨୦ଟି ଜିଲାର ଜମାକାରୀ ଏହି କମ୍ପାନୀର ଠକାମୀର ଶିକାର ହୋଇଥିବା ବେଳେ ଉକ୍ତ ସଂସ୍ଥା ପ୍ରାୟ ୧୦୦ କୋଟି ଟଙ୍କା ଠକି ନେଇଥିବା ସିବିଆଇ ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଥିଲା।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories