www.samajalive.in
Sunday, December 7, 2025
14.1 C
Bhubaneswar

କନ୍ନଡ ଅଭିନେତା ଚିରଞ୍ଜୀବୀ ସରଜାଙ୍କ ୩୯ ବର୍ଷ ବୟସରେ ବିୟୋଗ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ନୂଆଦିଲ୍ଲୀ : ବର୍ଷ ୨୦୨୦ କୌଣସି ବର୍ଗର ଲୋକଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇନାହିଁ। ପ୍ରଥମେ ବଲିଉଡ ଇଣ୍ଡଷ୍ଟ୍ରି କିଛି ବଡ ତାରକାଙ୍କୁ ହରାଇବା ଥିବା ବେଳେ ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରି ମଧ୍ୟ ଜଣେ ଜଣାଶୁଣା ଅଭିନେତାଙ୍କୁ ହରାଇଛି। ସେ ହେଲେ ଚିରଞ୍ଜୀବୀ ସରଜା। ମାତ୍ର ୩୯ ବର୍ଷ ବୟସରେ ଜୁନ୍ ୭ରେ ଅର୍ଥାତ୍ ଆଜି ତାଙ୍କର ବିୟୋଗ ହୋଇଛି। ହୃଦଘାତ ଜନିତ ରୋଗରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ ଏବଂ ତାଙ୍କୁ ବାଙ୍ଗାଲୋରର ଜୟନଗରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଛି।

- Advertisement -

ଚିରଞ୍ଜୀବୀ ସରଜାଙ୍କ ବିୟୋଗରେ ତାଙ୍କ ପ୍ରଶଂସକ ତଥା ଚଳଚ୍ଚିତ୍ର ଜଗତର ସହକର୍ମୀଙ୍କୁ ବଡ଼ ଝଟକା ଲାଗିଛି। ଏତେ କମ ବୟସରେ ଅଭିନେତାଙ୍କ ବିୟୋଗରେ ସମସ୍ତେ ଦୁଃଖ ପ୍ରକାଶ କରିବା ସହ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସେ ବିବାହିତ ଏବଂ ତାଙ୍କ ପତ୍ନୀଙ୍କ ନାମ ମେଘନା ରାଜ। ସେ ଅଭିନେତା ଧ୍ରୁବ ସରଜାଙ୍କ ବଡ ଭାଇ ଏବଂ ଦକ୍ଷିଣ ଭାରତୀୟ ଆକ୍ସନ୍ ରାଜା ଅର୍ଜୁନ ସରଜାଙ୍କ ଭଣଜା ଥିଲେ। ସେ କନ୍ନଡ ସିନେମା ବରିଷ୍ଠ ଅଭିନେତା ଶକ୍ତି ପ୍ରସାଦଙ୍କ ନାତି ଥିଲେ।

ତାଙ୍କ ବିୟୋଗରେ ପୂର୍ବତନ ଭାରତୀୟ କ୍ରିକେଟର ଅନିଲ କୁମ୍ବଲେ ଲେଖିଛନ୍ତି – ଚିରଞ୍ଜୀବୀ ସରଜାଙ୍କ ମୃତ୍ୟୁ ଖବରରେ ମୁଁ ଦୁଃଖିତ। ଏକ ଯୁବ ପ୍ରତିଭା ଶୀଘ୍ର ଶେଷ ହୋଇଗଲା। ତାଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories