www.samajalive.in
Saturday, December 6, 2025
15.1 C
Bhubaneswar

ଦିନକରେ ୩୬୩୧ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ୩୯ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୦୬୯ ଏବଂ ସ୍ଥାନୀୟ ସଂକ୍ରମିତ ୧୫୬୨ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୦୪, ବାଲେଶ୍ୱର ୨୬୨, ବରଗଡ ୫୦, ଭଦ୍ରକ ୧୭୮, ବଲାଙ୍ଗୀର ୩୬, ବଉଦ ୮୪, କଟକ ୪୩୮, ଢେଙ୍କାନାଳ ୧୧୪, ଗଜପତି ୧୮, ଗଞ୍ଜାମ ୨୭, ଜଗତସିଂହପୁର ୯୨, ଯାଜପୁର ୩୦୫, ଝାରସୁଗୁଡା ୧୯, କଳାହାଣ୍ଡି ୪୧, କନ୍ଧମାଳ ୪୮, କେନ୍ଦ୍ରାପଡା ୧୨୦, କେନ୍ଦୁଝର ୬୮ ଏବଂ ଖୋର୍ଦ୍ଧାରୁ ୫୦୬ ଜଣ ରହିଛନ୍ତି। ସେହିଭଳି କୋରାପୁଟରୁ ୮୦, ମାଲକାନଗିରି ୫୬, ମୟୁରଭଞ୍ଜ ୧୧୨, ନବରଙ୍ଗପୁର ୧୦୮, ନୟାଗଡ ୧୦୬, ନୂଆପଡା ୧୯, ପୁରୀ ୧୯୯, ରାୟଗଡା ୭୯, ସମ୍ବଲପୁର ୩୭, ସୋନପୁର ୫୦, ସୁନ୍ଦରଗଡ ୮୩ ଏବଂ ଷ୍ଟେଟପୁଲରୁ ୬୪ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ୮୧୭୩୫୯ ଜଣ କରୋନାରୁ ସୁସ୍ଥ ହୋଇସାରିଥିବାବେଳେ ରାଜ୍ୟରେ ୪୫୮୦୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬ ଜଣ ରହିଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୩୪୭୧କୁ ବୃଦ୍ଧିପାଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories