www.samajalive.in
Saturday, December 6, 2025
15.1 C
Bhubaneswar

ପୁଟିନଙ୍କ କଥାକୁ ଭରସା କଲେ ବାଇଡେନ ; ରୁଷିଆ ଆଉ ନୂଆ ଶୀତଳ ଯୁଦ୍ଧ ଚାହୁଁନଥିବା କହିଲେ

ଜେନେଭା: ଏଠାରେ ଏକ ଶିଖର ସମ୍ମିଳନୀର ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ରୁଷିଆ ରାଷ୍ଟ୍ରପତି ପରସ୍ପର ସହିତ ମୁହାଁମୁହଁ ଆଲୋଚନାରେ ମିଳିତ ହେବା ସମୁଦାୟ ବିଶ୍ୱ ପାଇଁ ଏକ ନୂଆ ଆଶାର ସଂଚାର କରିଛି। ସମ୍ମିଳନୀ ଆରମ୍ଭ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରସ୍ପର ସହିତ ହାତ ମିଳାଇବା ଏବଂ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଆଲୋଚନା କରିବା ଏବେ ଅନେକଙ୍କ ପାଇଁ ଆଶ୍ୱସ୍ତିର ବିଷୟ ହୋଇଛି। ଏପରିକି ରୁଷ ରାଷ୍ଟ୍ରପତି ଆଉ ନୂଆ ଶୀତଳ ଯୁଦ୍ଧ ଚାହୁଁନଥିବା ତାଙ୍କର ଭରସା ଅଛି ବୋଲି ବାଇଡେନଙ୍କ ମନ୍ତବ୍ୟ ଏହି ସମ୍ମିଳନୀର ଗୁରୁତ୍ୱକୁ ବଢାଇ ଦେଇଛି।
ଶିଖର ସମ୍ମଳନୀ ପ୍ରାରମ୍ଭରେ ଉଭୟ ବାଇଡେନ ଏବଂ ପୁଟିନ ଏହି ସମ୍ମିଳନୀର ଆୟୋଜକ ସ୍ୱିଜରଲାଣ୍ଡ ରାଷ୍ଟ୍ରପତି ଗଏ ପାରମେଲିନଙ୍କ ଉପସ୍ଥିତିରେ ପରସ୍ପରକୁ ସ୍ୱାଗତ କରିବା ସହିତ ହାତ ମିଳାଇଥିଲେ। ଲେକ୍‍ ଜେନେଭା ତଟରେ ଲା ଗ୍ରାଙ୍ଗା ଭିଲାରେ ଏହି ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ଦୀର୍ଘ ପାଞ୍ଚଘଣ୍ଟା ଆଲୋଚନା କାଳରେ ଦୁଇ ନେତା ସାଇବର ଆକ୍ରମଣ, ନିର୍ବାଚନରେ ମଧ୍ୟସ୍ଥତା, ମାନବାଧିକାରର ଦୁରୁପଯୋଗ ଆଦି ସମେତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏଭଳି ପଦକ୍ଷେପ ପାଇଁ ପୁଟିନ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ। ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗ ଅସମାହିତ ଓ ପୁଞ୍ଜିଭୁତ ଅବସ୍ଥାରେ ରହିଛି। ସେସବୁର ସମାଧାନ ପାଇଁ ଉଚ୍ଚସ୍ତରୀୟ ବୈଠକର ଆବଶ୍ୟକତା ରହିଥିଲା। ଏହି ବୈଠକ ଉଭୟଙ୍କ ପାଇଁ ଫଳପ୍ରଦ ହେବ ବୋଲି ପୁଟିନ ଆଶାପୋଷଣ କରିଥିଲେ।
ସୂଚନାଯୋଗ୍ୟ ଯେ ଏହି ବୈଠକ ଆୟୋଜନ ଦିଗରେ ବାଇଡେନ ପଦକ୍ଷେପ ନେବା ସହିତ ପୁଟିନଙ୍କ ସହିତ ହାତ ମିଳାଇବାକୁ ପ୍ରଥମେ ହାତ ବଢାଇଥିଲେ, ପୁଟିନଙ୍କୁ ଚାହିଁ ହସିଦେଇ କହିଥିଲେ ପରସ୍ପର ମୁହାଁମୁହିଁ ସାକ୍ଷାତ କରିବା ସବୁବେଳେ ଭଲ। ଆଲୋଚନା ପୂର୍ବରୁ ସ୍ୱିସ ରାଷ୍ଟ୍ରପତି ପାରମେଲିନ୍‍ ଦୁଇ ବିଶ୍ୱ ନେତାଙ୍କୁ ସ୍ୱାଗତ କରି କହିଥିଲେ ଯେ ଏହା ତାଙ୍କ ଦେଶ ପାଇଁ ଗର୍ବର ବିଷୟ ହୋଇଛି। ସେମାନଙ୍କର ଆଲୋଚନା ସେମାନଙ୍କର ପାରସ୍ପରିକ ଏବଂ ସମୁଦାୟ ବିଶ୍ୱ ପାଇଁ ଫଳପ୍ରଦ ହେବା ସେ ଆଶା କରୁଛନ୍ତି। ଏହି ଅବସରରେ ପୁଟିନଙ୍କ ସହିତ ଆଲୋଚନା କାଳରେ ବାଇଡେନ ଆଶା ପ୍ରକଟ କରି କହିଥିଲେ ଯେ ପୁଟିନ ଆଉ ନୂଆ ଶୀତଳ ଯୁଦ୍ଧ ଆରମ୍ଭ କରିବାକୁ ଚାହୁଁନଥିବା ତାଙ୍କର ହୃଦବୋଧ ହୋଇଛି। ତାହାସହିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଯେଭଳି ସାଇବର ଆକ୍ରମଣରୁ ସୁରକ୍ଷିତ ରଖାଯାଇପାରିବ, ତାହା ମଧ୍ୟ ସେ ପୁଟିନଙ୍କୁ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories